ଖୋର୍ଦ୍ଧା ରେ ମର୍ଡର ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

Spread the love

25 ତାରିଖ ଦିନ ଦ୍ୱିପ୍ରହରେ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଯୁବକକୁ ଖଣ୍ଡାରେ ହାଣିଲେ ଦୃବୁତ ରକ୍ତ ରଞ୍ଜିତ ହେଲା ସହର ଶିଳ୍ପାଞ୍ଚଳ ଥାନା ଜଟଣୀ ବାଇପାସ୍ ନିକଟରେ ଘଟିଛି ଘଟଣା ମୃତ ଯୁବକ ହେଉଛନ୍ତି ମୁକୁନ୍ଦ୍ଡପ୍ରସଦ ଅଞ୍ଚଳର ୩୫ ବର୍ଷୀୟ ମହମ୍ମଦ ସାଜୁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ସ୍ତିତି ରୁ ଜଣାପଡୁଛି। ଏ ନେଇ ସବିଶେଷ ତଥ୍ୟ ଜାଣିବା ପାଇଁ ପୋଲିସ ଛାନବିନ ଜାରି ରଖିଥିବା ବେଳେ, ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ଦାବିରେ ଟାୟାର ଜାଳି ଡେଡ ବଡି ଥିବା ଆମ୍ବୁଲାନ୍ସ କୁ ରୋକି ରାସ୍ତା ରୋକ କରିଥିଲେ ପରିବାର ଲୋକେ ଓ ଉତ୍ୟକ୍ତ ଲୋକମାନେ। ଦିର୍ଘ କିଛି ଘଣ୍ଟା ପରେ ପୋଲିସ୍ ପ୍ରଶାସନ ର ହସ୍ତକ୍ଷେପ ପରେ ଦେଡ୍ ବଡି କୁ ପୋଷ୍ଟମର୍ଟମ ପାଇଁ ଛାଡିଥିଲେ।
ସୂଚନା ଅନଯାୟୀ ମୁକୁନ୍ଦପ୍ରସାଦ ଓ ପୋଡ଼ା ସାହି ର ଦୁଇଗୋଷ୍ଠୀ ମଧ୍ୟରେ ପୂର୍ବରୁ ବାଦ ବିବାଦ ଲାଗିରହିଥିବା ବେଳେ ରବିବାର ଦିନ ଦ୍ୱିପ୍ରହରରେ ମହମ୍ମଦ ସାଜୁ ନିଜର ସ୍କୁଟି ଧରି ଘରକୁ ଫେରୁଥିବା ବେଳେ ପୂର୍ବରୁ ଜଗି ରହିଥିବା ଏକାଧିକ ଯୁବକ ତାଙ୍କୁ ସଂଘବଦ୍ଧ ହୋଇ ମରଣାନ୍ତକ ଆକ୍ରମଣ କରିଥିଲେ। ରକ୍ତାକ୍ତ ଅବସ୍ଥା ରେ ସ୍ଥାନୀୟ ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ମହମ୍ମଦ ସାଜୁ ଙ୍କୁ ମୃତ ଘୋଷଣା କରିଥିଲେ। ଯାହା ଫଳରେ ଉକ୍ତ ସ୍ଥାନରେ ବିକ୍ଷାବୋ ଦେଖିବାକୁ ମିଳିଥାଏ ପରେ ପୋଲିସ ପ୍ରଶାସନ ଏବଂ ବିକ୍ଷୋଭ କାରି ମଧ୍ୟରେ ବହୁ ଘଣ୍ଟା ର ଆଲୋଚନା ପରେ ରାସ୍ତା ଅବରୋଧ ହଟିଚି। ପୋଲିସ୍ ପ୍ରଶାସନ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଘଟଣା ସ୍ଥଳରେ ତିନି ପ୍ଲାଟୁନ ପୋଲିସ ମତୟନ କରିବା ସହ ଉକ୍ତ ସ୍ଥାନକୁ ୧୪୪ ଧାରା ଜାରି କରାଯାଇଛି। ଖୁବ୍ ଶୀଘ୍ର ସହରରେ ଯେପରି ଶାନ୍ତି ଫେରି ଆସିବ ଏବଂ ସମସ୍ତ ଦୋଷୀ ଗିରଫ ହେବେ ସେ ଦିଗରେ ପ୍ରଶାସନ ତରଫରୁ ତତ୍ପରତା ଜାରି ରହିଛି।

error: Content is protected !!
Breaking News