ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବ ଏଏସଆଇ । ପ୍ରାଥମିକ ଯାଞ୍ଚ ସରିଛି । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି, ଏସଓପିରେ କିଛି ସଂଶୋଧନ ଆବଶ୍ୟକତା ଥିଲା । ସେନେଇ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି । ମହାପ୍ରଭୁଙ୍କ ରୀତିନୀତିରେ ଯେଭଳି କୌଣସି ଅସୁବିଧା ନହୁଏ ତାକୁ ପ୍ରାଥମିକତା ଦିଆଯାଉଛି ।
ଏସମ୍ପର୍କରେ ସେବାୟତଙ୍କ ସହ ହୋଇଛି ଆଲୋଚନା । ରତ୍ନଭଣ୍ଡାର ମରାମତି କାମ ଖୁବ ଶୀଘ୍ର ଆରମ୍ଭ କରିବ ଏଏସଆଇ । ପ୍ରଥମେ ବାହାର ରତ୍ନଭଣ୍ଡାର ମରାମତି କରାଯିବ । ଭିତର ରତ୍ନଭଣ୍ଡାର ମରାମତି ପାଇଁ ଲେଜର ସ୍କାନିଂ ହେବ କି ନାହିଁ ନିଷ୍ପତ୍ତି ନିଆଯିବ । ଏଥିସହ ଆଇନ ମନ୍ତ୍ରୀ କହିଛନ୍ତି, ଚାବି ହଜିବାର ତଦନ୍ତ ରିପୋର୍ଟ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଖୁବଶୀଘ୍ର ସରକାର ପଦକ୍ଷେପ ନେବେ ।
ଚାବି ପ୍ରହେଳିକା କରି ରତ୍ନଭଣ୍ଡାର ନଖୋଲିବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଥିଲେ ଖୁଲାସା ହେବ । ସେମାନଙ୍କ ବିରୋଧରେ ଦଣ୍ଡ ବିଧାନ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ତେବେ ଗତ କିଛିଦିନ ତଳେ ରତ୍ନ ଗଣତି ମଣତି ପାଇଁ SOP ପ୍ରସ୍ତୁତ ହୋଇଛି ବୋଲି ସୂଚନା ଦେଇଥିଲେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ରତ୍ନଭଣ୍ଡାର ମରାମତି ପରେ ଗଣତି, ମଣତି ଆରମ୍ଭ ହେବ । ରତ୍ନଭଣ୍ଡାର ମରାମତି ପାଇଁ ଏଏସଆଇକୁ ହସ୍ତାନ୍ତର କରିବ ଶ୍ରୀମନ୍ଦିର ପ୍ରଶାସନ । ଗଣତି ମଣତି ପରେ ରତ୍ନ ଓ ଅଳଙ୍କାର ତାଲିକା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଜଷ୍ଟିସ ରଥ କହିଥିଲେ ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ