କିଶୋର ପ୍ରସାଦ ଉଚ୍ଚ ବିଦ୍ୟାଳୟ ପରିସରରେ ଏନଡିଆରଏଫ ତରଫରୁ ସଚେତନତା କାର୍ଯ୍ୟକ୍ରମ

Spread the love

ଗଣିଆରେ ଥିବା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିଶୋର ପ୍ରସାଦ ପରିସରରେ ୩ୟ ବାଟାଲିୟନ ମୁଣ୍ଡଳୀ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗଦୀଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ୩ୟ ବାଟାଲିୟନ ମୁଣ୍ଡଳୀର ଡେପୁଟି କମାଣ୍ଡାଣ୍ଡ ଧନଞ୍ଜୟ କୁମାର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ରାଜକିଶୋର ସାହୁ,ଗୋଲେଖ ବିହାରୀ ସାହୁ, ରମେଶ ଚନ୍ଦ୍ର ମହାନ୍ତି,ସେକ୍ ରଫିକ, ଜୟଶ୍ରୀ ମିଶ୍ର ଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଏନଡିଆରଏଫର ଲକ୍ଷ ଆମର ସେବା ସବୁଠି ଏବଂ ସବୁବେଳେ ବୋଲି ଆସିଥିବା ଅଧିକାରୀ ପ୍ରକାଶ କରିଥିଲେ । ସେ ଛାତ୍ର ଛାତ୍ରୀ ମାନଙ୍କୁ ଗ୍ରୀଷ୍ମ ପ୍ରବାହ, ଜଙ୍ଗଲ ନିଆଁ, ଭୂମିକମ୍ପରୁ ରକ୍ଷା, ବନ୍ୟା ଓ ବାତ୍ୟା,ହାତ ଗୋଡ ଭାଙ୍ଗିଯିବା ତଥା ଖଣ୍ଡିଆ ଖାବରା ହୋଇ ରକ୍ତ ବାହାରିଲେ ସେଥିରୁ କିଭଳି ରକ୍ଷା ପାଇପାରିବା ସେ ସମ୍ପର୍କରେ ସଚେତନ କରିଥିଲେ । ବିଶେଷକରି ଗଣିଆ ଏକ ନଦୀକୂଳିଆ ଅଞ୍ଚଳ ତଥା ବନ୍ୟା ସମୟରେ ଛାତ୍ର ଛାତ୍ରୀ ମାନେ କିଭଳି ପ୍ରାଥମିକ ଅବସ୍ଥାରେ ବିପଦରେ ପଡ଼ିଥିବା ଲୋକଙ୍କୁ ସହଯୋଗ କରିପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜଣେ ବି କେହି ଅସୁବିଧାର ସମ୍ମୁଖିନ ନ ହୁଅନ୍ତୁ ଅଥବା ମୃତ୍ୟୁ ମୁଖରେ ନ ପଡନ୍ତୁ ବୋଲି ଓଡ଼ିଶା ସରକାର ସବୁବେଳେ ପଦକ୍ଷେପ ଗ୍ରହଣ କରୁଥିବାରୁ ବିଭିନ୍ନ ସ୍କୁଲ, କଲେଜ ପରିସରରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଏନଡିଆରଏଫ ତରଫରୁ ପ୍ରଦାନ କରାଯାଉଛି ବୋଲି ଉପସ୍ଥିତ ଅଧିକାରୀ ପ୍ରକାଶ କରିଥିଲେ । ବିଦ୍ୟାଳୟ ପରିସରରେ ଯଦି ଛାତ୍ର ଛାତ୍ରୀ ମାନଙ୍କର କୈାଣସି ଅସୁବିଧା ହୁଏ ତେବେ ତୁରନ୍ତ ଚିକିତ୍ସା କିପରି କରିପାରିବେ ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ।

error: Content is protected !!