ସୁନ୍ଦରଗଡ଼ ଜ଼ିଲ୍ଲା କୋଇଡା ପୋଲିସ ୫ ଜଣ ବାଇକ ଲୁଟେରା କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ୯ଟି ବାଇକ ଜବତ କରିଛି। ଅନ୍ୟପଟେ କେ. ବଲାଙ୍ଗ. ପୋଲିସ ମଧ୍ୟ ୨ ଜଣ ବାଇକ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ୨୧ ଟି ବାଇକ କୁ ଜବତ କରି ଉଭୟ ପୋଲିସ ଙ୍କ ମଧ୍ୟରେ ବଡ ସଫଳତା ହାସଲ କରିଛି।ସୂଚନା ମୁତାବକ ଏହି ସ୍ଥାନୀୟ ଅଞ୍ଚଳରୁ ପ୍ରତ୍ୟେକ ଦିନ ଗୋଟେ, ଦିଟା ଲେଖାଏଁ ବାଇକ ଚୋରୀ ହୋଇ ଆସୁଥିଲା।ତାହାକୁ ଆଖି ଆଗରେ ରଖି ପୋଲିସ ନିଜର କୌଶଳ କ୍ରମେ ବାଇକ ଲୁଟେରା ଙ୍କୁ ନିଜ କବଜା ରେ କାବୁ କରି ଶୁକ୍ରବାର ଅପରାହ୍ନ ୨ ଘଟିକା ସମୟରେ କୋର୍ଟ ଚାଲାଣ କରିଛି।ସମୁଦାୟ ୭ ଜଣ ବାଇକ ଲୁଟେରା ସମ୍ପୃକ୍ତ ଥିବା ସହ ସେଥିମଧ୍ୟରୁ ପଶ୍ଚିମବଙ୍ଗରୁ ଅମୃଲ ଖାନ,କେନ୍ଦୁଝର ଜ଼ିଲ୍ଲା ତଥା ଆଖ ପାଖ ଯୋଡ଼ା, ବଲାଣି, ରୁଗୁଡ଼ି , ଲହୁଣୀପଡ଼ା ଅଞ୍ଚଳରୁ ସେଫଦାର ଅଲି,ନଟ ମୁଣ୍ଡା, ତ୍ରିବନ ମୁଣ୍ଡା, ସୁଶାନ୍ତ ଲୋହାର, ସୁରେଶ ଲୋହାର,ସେନାପତି ମୁଣ୍ଡାଙ୍କୁ ସାମ୍ବାଦିକ ସମିଳନୀ କରି ,ଡ଼ି. ଆଇ. ଜି.ବ୍ରିଜେଶ କୁମାର ରାୟ, ଆଡ଼ସିନାଲ ଏସ. ପି.ପ୍ରଭା ଶଙ୍କର ନାୟକ ଏବଂ ବଣାଇଁ ଏସ. ଡ଼ି. ପି. ଓ. ସୁରଜ ଦେବତା ଓ ଉଭୟ ଥାନା କର୍ମୀଙ୍କ ସମୁଖରେ ୪ ଜଣ ବାଇକ ମାଲିକଙ୍କୁ ଡକାଇ ବାଇକ ର ଉଚିତ ପ୍ରଣାମ ପତ୍ର ରଖି ବାଇକ ପ୍ରଦାନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ପ୍ରତିନିଧି ସୁରେଶ ଦାଶଙ୍କ ରିପୋର୍ଟ ମନ୍ଥନ ଲାଇଭ
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ