ନ୍ୟାୟ ସୁରକ୍ଷା ଦାବିରେ କଳାବ୍ୟାଜ ପିନ୍ଧି ଆନ୍ଦୋଳନ କୁ ଓଲ୍ହାଇଲେ ଡାକ୍ତର ଛତ୍ରପୁର : ବହୁ ଚର୍ଚ୍ଚିତ କୋଲକାତାରେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଘଟଣାକୁ ସାରା ଦେଶରେ ଡାକ୍ତରମାନେ ପ୍ରତିବାଦ କରି ଆସୁଛନ୍ତି । ଏନେଇ ଶନିବାର ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର କାର୍ଯ୍ୟରତ ଡାକ୍ତରମାନେ କଳାବ୍ୟାଜ୍ ପିନ୍ଧି ରୋଗୀଙ୍କୁ ସେବା ଯୋଗାଇବା ସହ ମହିଳା ଡାକ୍ତରୀଙ୍କୁ ନ୍ୟାୟ ମିଳିବା ଏବଂ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ କରିବା ସମୟରେ ଡା.ସୁଦର୍ଶନ ସାହୁ, ଡା. ଅଲେଖ ପ୍ରଧାନ, ଡା. ନିକୁଞ୍ଜ ବିହାରୀ ଦାସ, ଡା. ମୋହନ ବାରିକ, ଡା. ବୀରେନ୍ଦ୍ର କିଶୋର ନାୟକ, ଡା. ଚନ୍ଦନ ରଥ, ଡା. ବିବେକ କୁମାର, ଡା. ମଧୁଛନ୍ଦା ପଣ୍ଡା, ଡା. ସୁଚରିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ