ଅଗଷ୍ଟ ୧୬ରୁ ୧୯ କେନ୍ଦୁଝରରେ ଗଡିବ କୌଶଳ ରଥ

Spread the love

କେନ୍ଦୁଝର : ଛାତ୍ରଛାତ୍ରୀମାନଙ୍କର  କୌଶଳ ଭିତ୍ତିକ ଶିକ୍ଷାରେ  ଆଗ୍ରହ  ବଢାଇବା  ନିମନ୍ତେ  ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଶୁଭାରମ୍ଭ କରାଯାଇଥିବା କୌଶଳ ରଥ ସମଗ୍ର ରାଜ୍ୟ ପରିଭ୍ରମଣ କରୁଛି ।
ଅତ୍ୟାଧୁନିକ ଜ୍ଞାନକୌଶଳରେ ଖଚିତ ଏହି କୌଶଳ ରଥ ଚଳିତ ମାସ ୧୬ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୪ ଦିନ ବ୍ୟାପୀ କେନ୍ଦୁଝରରେ ଗଡ଼ିବ। ଏନେଇ ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ସୋରେଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।


ଏହି ବୈଠକରେ କୌଶଳ ରଥ ଗସ୍ତ କରିବାକୁ ଥିବା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗୁଡିକ ପାଇଁ କାର୍ଯ୍ୟକ୍ରମର ସମ୍ପୂର୍ଣ ରୂପରେଖ ଆଲୋଚନା କରାଯାଇ ଧାର୍ଯ୍ୟ କରାଯାଇଛି । ୧୬ ତାରିଖ କଲେକ୍ଟରେଟଠାରେ ଏହି କୌଶଳ ରଥର ଆନୁଷ୍ଠାନିକ ଶୁଭାରମ୍ଭ ହେବା ପରେ ଧାର୍ଯ୍ୟ ସୂଚୀ ଅନୁଯାୟୀ ଏହା ଓଏସଏମଇ କେନ୍ଦୁଝର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଡିଏନ ହାଇସ୍କୁଲ, ଏକଲବ୍ୟ ହାଇସ୍କୁଲ ଓ ନରଣପୁର ହାଇସ୍କୁଲ ଗସ୍ତ କରିବ। ସେହିପରି ଦ୍ଵିତୀୟ ଦିନ ୧୭ ତାରିଖରେ ଏହା ଚମ୍ପୁଆ ସ୍ଥିତ ମହତାବ ହାଇସ୍କୁଲ, ବାସୁଦେବପୁର ଏସଏସଡି ସ୍କୁଲ, ଆଇଟିଆଇ ବଡ଼ବିଲ, ମାଟକାମ୍ବଡ଼ା ଏସଏସଡି ସ୍କୁଲ ତୃତୀୟ ଦିନ ୧୮ ତାରିଖରେ ଶୁଆକାଟୀ ଏସଏସଡ଼ି ସ୍କୁଲ, ବାଂଶପାଳ ଆଇଟିଆଇ ଓ ସାହରପୁର ଏସଏସଡ଼ି ସ୍କୁଲ ଏବଂ ଚତୁର୍ଥ ତଥା ଅନ୍ତିମ ଦିନ ୧୯ ତାରିଖରେ ତ୍ରିଲୋଚନପୁର ଏସଏସଡ଼ି ସ୍କୁଲ ଓ ଆନନ୍ଦପୁର ଆଇଟିଆଇଠାରେ କେନ୍ଦୁଝର ଜିଲ୍ଲା ଲାଗି କାର୍ଯ୍ୟକ୍ରମ ଶେଷ କରି କୌଶଳ ରଥ ଅନ୍ୟ ଜିଲ୍ଲା ଗସ୍ତ କରିବ

You may have missed

error: Content is protected !!
Breaking News