କୁକୁଡାଖଣ୍ଡି: ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ସୁଭଦ୍ରା ଯୋଜନା ରାଜ୍ୟର ମହିଳାମାନ ମାନଙ୍କ କଲ୍ୟାଣ ପାଇଁ ଏକ ଅଭିନବ ଯୋଜନା । ମହିଳାମାନଙ୍କୁ ଆର୍ଥକ ସଶକ୍ତିକରଣ ତଥା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ସରକାର ଏହି କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି । ସଶକ୍ତିକରଣର ଭାବନା ସୃଷ୍ଟି କରିବା ପାଇଁ ସମସ୍ତ ହିତାଧୁକାରୀମାନଙ୍କୁ ଏକ ସୁଭଦ୍ରା କାର୍ଡ (ଏଟିଏମ-ତଥା- ଡେବିଟ୍ କାର୍ଡ – ପ୍ରଦାନ କରାଯିବ । ସେମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ହାରରେ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତଆର୍ଥକ ସମୁଦାୟ ୫୦ହଜାର ଟଙ୍କା ମିଳିବ ମିଳିବ ଯଦି ସେମାନେ ପ୍ରତି ବର୍ଷ ଯୋଗ୍ୟତା ମାନଦଣ୍ଡ ପୂରଣ କରନ୍ତି । ପ୍ରତିବର୍ଷ ପ୍ରଥମ କିସ୍ତି ରକ୍ଷା ବନ୍ଧନ ଦିବସ ଏବଂ ଦ୍ଵିତୀୟ କିସ୍ତି ଆନ୍ତର୍ଜାତୀୟ ମହିଳା ଦିବସ (୮ ମାର୍ଚ୍ଚ)ରେ ୫ହଜାର ଟଙ୍କା ଲେଖାଏଁ ଡିବିଟି ମାଧ୍ଯମରେ ହିତାଧୁକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଏହି ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଧେଶ୍ୟ ରେ ଏକ ରଥ ପରିକ୍ରମା କରାଯାଉଛି । ଏହି ରଥ ପ୍ରତ୍ୟେକ ଗ୍ରାମ ବୁଲୁ ଲୋକଙ୍କୁ ସଚେତନ କରାଇବ । ସାଧାରଣ ଜନତା କିପରି ଆବେଦନ କରିବେ, କେଉଁ ମାନେ ଏହି ଯୋଜନାର ହିତାଧିକାରୀ ହୋଇପାରିବେ, ଆଦି ବିଷୟରେ ଲୋକଙ୍କୁ ସଚେତନ କରାଇବ। ସୋମବାର କୁକୁଡାଖଣ୍ଡି ବ୍ଲକ ପରିସରରେ ଏହି ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର। ସମ୍ମାନିତ ଅତିଥୀ ରୂପେ ବ୍ଳକ ଭାରପ୍ରାପ୍ତ ଅଧ୍ୟକ୍ଷା ବିଷ୍ଣୁ ପ୍ରିୟା ପାତ୍ର ,ବିଡିଓ ପଲ୍ଲବୀ ସ୍ବାଇଁ,ସିଡିପିଓ କୁସୁମ କୁମାରୀ ସାହୁ,ଦିଗପହଣ୍ଡି ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧୀକାରୀ ମନୋଜ କୁମାର ପ୍ରଧାନ,ରୋହିଗାଁ ପୂର୍ବତନ ସରପଞ୍ଚ ସନାତନ ସଂଗ୍ରାମ ସିଂ, ମହନ୍ତ ଚିନ୍ମୟାନନ୍ଦ ମହାରାଜ,ବିଜେପି ମଣ୍ଡଳ ସଭାପତି ଅଦଲ.ନନ୍ଦ କିଶୋରକଂ ସମେତ ଅଗଂନଆଡି କର୍ମୀ, ମିଶନ ଶକ୍ତି ମହିଳା ସଦସ୍ୟ, ବ୍ଲକ କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା