ସାରା ରାଜ୍ୟରେ ଏବେ ଆଳୁକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ସରକାରର ବୈମାତୃକ ମନୋଭାବ ଲାଗି ଏହାର ପ୍ରଭାବ କଟକ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି । ବିଶେଷକରି ଆଳୁର ଅହେତୁକ ଦରବୃଦ୍ଧି ଯୋଗୁଁ ଖାଉଟିମାନେ ବିଭିନ୍ନ ସମସ୍ୟା ଭୋଗୁଥିବା ବେଳେ ଏହାର ବାସ୍ତବିକ ଚିତ୍ରକୁ ନଜରରେ ରଖ୍ କଟକ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିବା ଜଣାପଡ଼ିଛି । ଖବରମୁତାବକ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥୁବା ଆଳୁଗାଡ଼ିଗୁଡ଼ିକୁ ଉକ୍ତ ସରକାର ବାଟରେ ଅଟକାଇ ରଖୁବା ଫଳରେ ଏବେ ରାଜ୍ୟର ଆଳୁର ସଙ୍କଟ ଦେଖିବାକୁ ମିଳିଛି । ଯାହାଫଳରେ ସାଧାରଣ ଜନତା ଚଢ଼ା ଦରରେ ଆଳୁ କ୍ରୟ କରୁଛନ୍ତି । ଏ ନେଇ ସାଧାରଣ ଖାଉଟି ବିଭିନ୍ନ ସମସ୍ୟା ଭୋଗୁଥିବା ବେଳେ ରାଜନୈତିକ ଦୃଷ୍ଟିକୋଣରୁ ପଶ୍ଚିମବଙ୍ଗ ସରକାରର ଏଭଳି ମନୋମୁଖୀ କାର୍ଯ୍ୟ ଲାଗି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ଫଳରେ ଆଜି କଟକ ଜିଲ୍ଲାର ବିଭିନ୍ନ ସାମାଜିକ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତଥା ନେତୃତ୍ବରେ ସ୍ଥାନୀୟ ମଙ୍ଗୁଳି ଛକର ୧୬ନଂ. ଜାତୀୟ ରାଜପଥ ଉପରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଓଡ଼ିଶା ରାଜ୍ୟ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଖାଦ୍ୟ ସାମଗ୍ରୀ ଯଥା ମାଛ, ଅଣ୍ଡା, କଦଳୀ ଗାଡ଼ିଗୁଡ଼ିକୁ ମଙ୍ଗୁଳି ଛକରେ ଦୀର୍ଘ ୫ଘଣ୍ଟା ଧରି ଅଟକାଯିବା ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତଳିକା ଦାହ ସହ ନାରା ବାଜି କରାଯାଇଥିଲା,ତେବେ ପଶ୍ଚିମବଙ୍ଗ ସରକାରର ଏଭଳି ଅମାନବିକତା କାର୍ଯ୍ୟରୁ ଲିପ୍ତ ରହି ଓଡ଼ିଶାକୁ ଆଳୁ ରପ୍ତାନୀ କରିବାକୁ ନିବେଦନ କରାଯାଇଛି । ଯଦି ଏହାର ତୁରନ୍ତ ସମାଧାନ ନ କରାଯାଏ ତେବେ ଆଗକୁ ଏହି ଆନ୍ଦୋଳନ ସମଗ୍ର ରାଜ୍ୟରେ ତୀବ୍ରତର କରାଯିବା ସହ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଯାଉଥିବା ସମସ୍ତ ଗାଡ଼ିଗୁଡ଼ିକୁ ଅଟକ ରଖାଯିବ ବୋଲି ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା , ସ୍ଵପ୍ନା ଫାଉଣ୍ଡେସନ୍ସର ସଦସ୍ୟା ପୁଷ୍ପଲତା ମହାନ୍ତି, ଆଦିଶକ୍ତି ଯୁବ ପରିଷଦର ପୁଷ୍ପାଞ୍ଜଳି ଦାସ, ନାରାୟଣ ବିଶ୍ବାଳଙ୍କ ସମେତ ସବିତା ଦାସ, ସଚିତ୍ରନନ୍ଦ ରାଉତ, ରତ୍ନାକର ନାୟକ, ରଞ୍ଜନ ବେହେରା, ସଞ୍ଜିବ ଜେନା, ପ୍ରହଲ୍ଲାଦ ମହାରଣା ପ୍ରମୁଖ ସହଯୋଗ କରିଥିଲେ ।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା