ଲାଞ୍ଜିଗଡ: ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି।କିନ୍ତୁ ଏହାର ଓଲଟା ଦେଖିବାକୁ ମିଳିଛି ଲାଞ୍ଜିଗଡ ସ୍ଥିତ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ।ବିଦ୍ୟାଳୟର ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ତାଙ୍କ ଲାଵ ଟେକ୍ନିସିଆନ ଭବାନୀ ଶଙ୍କର ଦାସ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କଲେ ତାଙ୍କୁ ମାଡ଼ ମାରିବା,ମେସ ପଇସା ଦେବା ଦିନେ ବିଳମ୍ବ ହେଲେ ଦିନକୁ ୧୦୦ ଟଙ୍କା ଫାଇନ ଆଦାୟ କରିବା,ଖାଦ୍ୟର ମାନକୁ ନେଇ ଅଭିଯୋଗ ଆଣିଲେ ବିଦ୍ୟାଳୟରୁ ତଡିଦେବା ପାଇଁ ଧମକ ଦେଇଥିବା ଭଳି ଲାଵ ଟେକ୍ନିସିଆନଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣି ଆଜି ସକାଳୁ ୭ ଘଣ୍ଟା ସମୟରେ ଲାଞ୍ଜିଗଡ-ବିଶ୍ୱନାଥ ପୁର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରି ରାସ୍ତାରେ ଉପରେ ଧାରଣା ଦେଇଥିଲେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ।ଲାଵ ଟେକ୍ନିସିଆନ ଶ୍ରୀ ଦାସଙ୍କୁ ବଦଳି ନକରିବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁବୋଲି ଜିଦ ଧରିଥିଲେ ଛାତ୍ରଛାତ୍ରୀ। ଦୀର୍ଘ ୨ଘଣ୍ଟା ଛାତ୍ରଛାତ୍ରୀ ଧାରଣାରେ ବସିବା ପରେ ଘଟଣା ସ୍ଥଳକୁ ଲାଞ୍ଜିଗଡ ଥାନା ଏସ୍ଆଇ ଲିଙ୍ଗରାଜ ସେଠି,ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିୟାରସିଂହ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ ଯାଇ ଛାତ୍ର ଛାତ୍ରୀ ମାନଙ୍କୁ ବୁଝା ସୁଝା କରିବା ସ୍ଵତେ ମୁଖ୍ୟ ରାସ୍ତାରୁ ବିଦ୍ୟାଳୟ ସମ୍ମୁଖରେ ପୁଣି ଧାରଣା ଦେଇ ଧାରଣାରୁ ଓହରି ନଥିଲେ।ଏହାପରେ ଜିଲ୍ଲା ସ୍ତରରୁ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ପିଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡ ଓ ସ୍ୱତନ୍ତ୍ର ଅଧିକାରୀ ପହଞ୍ଚି ଛାତ୍ରଛାତ୍ରୀଙ୍କ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ। ଲାଵ ଟେକ୍ନିସିଆନ ଶ୍ରୀ ଦାସଙ୍କ ବିରୁଦ୍ଧରେ ଛାତ୍ରଛାତ୍ରୀଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିବା ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଓହରି ଥିଲେ।ଏନେଇ ବ୍ଳକ ମଙ୍ଗଳ ଅଧିକାରୀ ପଙ୍କଜ ବଳିଆର ସିଂଙ୍କୁ ପଚାରିବାରୁ ଛାତ୍ରଛାତ୍ରୀଙ୍କ ଅଭିଯୋଗ ନେଇ ଆମେ ତଦନ୍ତ କଲୁ।ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ଜିଲ୍ଲା ପାଳଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ