ଲାଞ୍ଜିଗଡ଼ : ଗତ କିଛି ଦିନ ହେବ ଝିପି ଝିପି ବର୍ଷା ସମେତ ଘଡ଼ଘଡ଼ି ଶହ ପବନ ଜାରି ରହିଥିବା ବେଳେ ଅନେକ ଗରିବ ପରିବାରର ଘର ଭାଙ୍ଗି ଛାରଖାର ହୋଇ ଯାଇଛି। ଯାହା ଫଳରେ ନାହିଁ ନ’ଥିବା ଅସୁବିଧା ସେମାନେ ଭୋଗୁଛନ୍ତି। ଏହି ଭଳି ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ରୋଘାଗୁଡା ଗାଁରେ। ଏହି ଗାଁରେ ଦୀର୍ଘ ବର୍ଷ ହେବ ଝାଟି ମାଟି କୁଡ଼ିଆରେ ପୁରନ୍ଦର ନାଏକଙ୍କ ପରିବାର ବସବାସ କରି ଆସୁଥିବା ବେଳେ ଆଜି ହଠାତ ପ୍ରବଳ ବର୍ଷା ଘଡ଼ଘଡ଼ି ସମେତ ଜୋରରେ ପବନ ହେବା ଯୋଗୁଁ ଘର ଭୁଶୁଡି ପଡ଼ିଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ପରିବାରରେ ଜଣେ ପାଞ୍ଚ ବର୍ଷର ଶିଶୁ ଚାପି ହୋଇଥିଲା ପରେ ପରିବାର ଲୋକେ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଏତେ ବଡ଼ ଅଘଟଣକୁ ଶିଶୁର ସାମାନ୍ୟ ଆହତ ହୋଇ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ତେବେ ଘର ଭାଙ୍ଗି ଯାଇ ଥିଲେ ହେଁ ରାଜସ୍ୱ ନିରୀକ୍ଷକଙ୍କ ଦୃଷ୍ଟିରେ ଆସି ନ’ଥିବା ନେଇଁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି। ଜରୁରୀ ସ୍ଥିତିରେ ପଲିଥିନ ଯୋଗାଇବା ବ୍ୟବସ୍ଥା ବିଭାଗର ଥିଲେ ହେଁ ଖବର ନ ଥିବା ଗ୍ରାମ ବାସିଙ୍କ ଭିତରେ ଉଦବେଗ ପ୍ରକାଶ ପାଇଛି। ଏବେ ବର୍ଷା ଦିନ ସ୍ୱାମୀ ସ୍ତ୍ରୀ ୪ ପିଲାଙ୍କୁ ନେଇ କେମିତି ରହିବେ ସେ ନେଇଁ ଚିନ୍ତାରେ ପରିବାର। ତୁରନ୍ତ ପ୍ରଶାସନ ପଦକ୍ଷେପ ନେବା ସହ ପଲିଥିନ ସମେତ ଖଣ୍ଡେ ଘର ଯୋଗାଇ ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି l
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ