ଜୟପୁର : ଲଗାଣ ବର୍ଷାରେ ଜୟପୁର ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ଗ୍ରାମ ବାସୀମାନେ ପ୍ରଭାବିତ ହୋଇଛନ୍ତି। ଅନେକ ପରିବାର ହନ୍ତସନ୍ତ ହୋଇ ରହିଥିବା ବେଳେ ଜନ ଜୀବନ ପ୍ରତି ବିପଦ ଘେରି ରହିଛି। କୋରାପୁଟ ଜିଲ୍ଲାର ବର୍ତ୍ତମାନ ର ଏହି ବନ୍ୟା ପରିସ୍ଥିତି କୁ ଦୃଷ୍ଟି ରଖି ସମଗ୍ର ଜିଲ୍ଲା ପ୍ରଶାସନ, ଓ ବ୍ଲକ ପ୍ରଶାସନ କାର୍ଯ୍ୟ ତପ୍ତରତା ଦେଖାଇଛନ୍ତି। କେଉଁ କେଉଁ ଜାଗା ରେ ଲୋକ ମାନେ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି ଓ ସେମାନଙ୍କୁ କିପରି ଉଦ୍ଧାର କରାଯିବ ସେ ନେଇ ବ୍ଲକ୍ ପ୍ରଶାସନ ସଜାଗ ରହିଛି। ଏ ନେଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ରଙ୍କୁ ଫୋନ ଦ୍ୱାରା ଯୋଗା ଯୋଗ କରି ପଚାରି ବାରୁ ସେ କହିଲେ ଜୟପୂର ବ୍ଲକ ର ଗ୍ରାମ ପଂଚାୟତ ଗୁଡିକରେ କାହାର କୌଣସି ଧନଜୀବନ ନଷ୍ଟ ହୋଇନାହିଁ। କିଛି ଘର ଭୁସୁଡ଼ିବା ହେତୁ ଜୟପୁର ତହସିଲଦାର ସବ୍ୟସାଚି ଜେନା ଜୟପୁର ସଦରମହକୁମା ସହ ପ୍ରଭାବିତ ହୋଇଥିବା ଗ୍ରାମାଞ୍ଚଳକୁ ପରିଦର୍ଶନ କରି ପଲିଥିନ ବଣ୍ଟନ କରିଛନ୍ତି। ଏହି ପଲିଥିନ ବଣ୍ଟନ ବେଳେ ଅନ୍ୟମାନଙ୍କ ମଧ୍ଯରେ ହରିହର ଶତପଥି, ଦିଲୀପ ପ୍ରଧାନ ଓ ରାଜସ୍ୱ ନିରୀକ୍ଷକ ସରୋଜ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଣ ମଧ୍ୟମ କୁ ସୂଚନା ଦେଇଛନ୍ତି।
More Stories
25-11-2024
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024