ନୟାଗଡ : ଶରଣକୁଳ ଲଡ଼ୁବାବା ଧାମରୁ ପୂରୀ ଶ୍ରୀକ୍ଷେତ୍ର ଧାମକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କ ଲଗାଣ ବର୍ଷାରେ ଡିମିଶର ସ୍ଥିତ ଦୁଆଣ୍ଟ ନଦୀର ପୋଲଟି ତିନି ବର୍ଷ ତଳେ ଦବିଯାଇଥିଲା, ଦୁର୍ଭାଗ୍ୟ ବଶତଃ ଉକ୍ତ ପୋଲଟି ପ୍ରଶାସନିକ ଅବହେଳା କାରଣରୁ ନିର୍ମାଣ ନହେବାରୁ ଅଂଚଳବାସୀ, ରୋଗୀ ଏବଂ ସାଧାରଣ ଜନତା ନାହି ନଥିବା ସମସ୍ୟାର ସମ୍ମୁଖୀନ ହେଇ ଆସୁଛନ୍ତି ବର୍ତମାନ ଲଗାଣ ବର୍ଷାରେ ପାର୍ଶ୍ୱ ରାସ୍ତାଉପରେ ପାଞ୍ଚ ଫୁଟ ପାଣି ଯାଉଥିବାରୁ ଆଠ ଗୋଟି ପଂଚାୟତର ଯାତାୟତ ସମ୍ପୂର୍ଣ ଠପ ହୋଇଯାଇଛି l ପୂର୍ବରୁ ଗଣ ମାଧ୍ୟମରେ ଖବର ପ୍ରସାର କରୁଥିଲେ ମଧ୍ୟ ପ୍ରଶାସନ, ଠିକାଦାର ଓ ରାଜନୈତିକ ନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକାଚାଲିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l ତୁରନ୍ତ ସମସ୍ୟାର ସମାଧାନ କରାନଗଲେ ଅଞ୍ଚଳ ବାସି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025