ବାରିପଦା :ସଂପର୍କର ମୂଲ୍ୟବୋଧ ଆମ ଭାରତୀୟ ଜୀବନାଦର୍ଶ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପରିବାରରେ ପ୍ରଥମେ ପିଲାଟିକୁ ଧିରେଧିରେ ବୈଧିକ ବିକାଶ ସହିତ ସଂପର୍କ ମାନଙ୍କୁ ଚିହ୍ନିତ କରି ସଂପର୍କର ମୂଲ୍ୟବୋଧ ଭିତ୍ତିକ ଜ୍ଞାନ ଦିଆଯାଏ।ଆମ ସମାଜରେ ସଂପର୍କର ଡୋରିରେ ଦୁନିଆଁ ବନ୍ଧା ହୋଇଥିବା ବେଳେ ସଂପର୍କରୁ ସଂସ୍କାର ଓ ସୁନ୍ଦର୍ ସମାଜର ପରିକଳ୍ପନା। କିନ୍ତୁ ଆମ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ସଂପର୍କରେ ମିଛ କଳଙ୍କ ମଧ୍ୟ ଲଗାଇବାକୁ ପଛାନ୍ତି ନାହିଁ।ଏପରି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଅଞ୍ଚଳର ଚାନ୍ଦୁଆ ହାଟରେ, ଚଳିତ ମାସ ୨ ତାରିଖ ସୋମବାର ଦିନ ହାଟବାରି ଥିଲା ଏବଂ ନିକଟ ଭବିଷ୍ୟତରେ ଦୂର୍ଗାପୂଜା ଥିବାରୁ କମିଟିର ସଦସ୍ୟ ମାନେ ମୋରମ୍ ଓ ରାବିସ୍ ପକାଉଥିଲେ। ସେଥିପାଇଁ ପ୍ରବେଶ ପଥରେ ଯାନବାହାନ ରଖିବାକୁ ବାରଣ କରିଥିଲେ ଓ ସମସ୍ତେ ଚାନ୍ଦୁଆ ପୂଜା କମିଟିର ସଭାପତି ତଥା ପୂର୍ବତନ ମୟୂରଭଞ୍ଜ ସାଂସଦଙ୍କ କଥାକୁ ସମ୍ମାନ ଜଣାଇଥିଲେ। କିନ୍ତୁ ସେହିଦିନ ସାଂସଦଙ୍କ ଦୂର ସଂପର୍କୀୟ ନାତି ତାଙ୍କ କହିବାକୁ ବେଖାତିର୍ କରି ଜୋରଜବରଦସ୍ତ ନାତିଆ ମୋଟର୍ ସାଇକେଲ ଟିକୁ ହାଟର ପ୍ରବେଶ ପଥରେ ରଖି ଦେଇଥିଲେ। ସେଦିନ ବର୍ଷା ମଧ୍ୟ ହେଉଥିଲା, ମାଟି ଅଦା ଥିବାରୁ ଗାଡ଼ିର ଷ୍ଟାଣ୍ଡଟି ଦବିଯାଇ ଏକ ପାଖିଆ ଓଲଟି ପଡିଥିଲା ଏବଂ ହାଟ ସାରି ନାତିଆ ଗାଡ଼ି ଓଲଟି ପଡ଼ିଥିବାର ଦେଖି ଅଜାକୁ ଅସାଳୀନ,ଅସ୍ରାବ୍ଯ ଭାଷାରେ ଗାଳିଗୁଲଜ କରି ନିଜ ମୋବାଇଲ୍ ରେ ଫୋଟ ଉତ୍ତୋଳନ କରିଥିଲେ ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲା,ଯୋଉଁଥିରେ କେବଳ ସେହିଁ କହୁଛନ୍ତି ଏବଂ ଅଜା ଅସଭ୍ୟ ନାତିକୁ ଆକଟ କରିବାକୁ ଚାହୁଁଛନ୍ତି। ଏବଂ ଏଇ ଘଟଣାରେ ଦେଖଣାହାରୀ, ସ୍ଥାନୀୟ ବୁଦ୍ଧିଜୀବୀ ସାଂସଦଙ୍କର କୋୖଣସି ଭୂଲ୍ ନଥିବା କହିବା ସହିତ ନାତିଆଟି ଏକାଧିକଥର ଏଭଳି କରୁଥିବାର ସେମାନେ ମତ ପ୍ରକାଶ କରିଛନ୍ତି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ