ଲକ୍ଷ୍ୟପତି ଦିଦୀଙ୍କୁ ସମ୍ମାନିତ କଲେ କ୍ୟାବିନେଟ ମନ୍ତ୍ରୀ

Spread the love

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକର ସମ୍ମିଳନୀ କକ୍ଷରେ କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଲକ୍ଷ୍ୟପତି ଦିଦୀଙ୍କୁ ସମ୍ମାନୀତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ବିଡିଓ ଅନୁପମା ଘୋଷ ସଭାପତିତ୍ୱ କରିଥିଲେ । ମନ୍ତ୍ରୀ ବ୍ଲକ ପରିସର ମଧ୍ୟରେ ପହଞ୍ଚିଲା ମାତ୍ରେ ଶୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଫୁଲତୋଡ଼ା ଦେଇ ମନ୍ତ୍ରୀଙ୍କୁ ପାଛଟି ନେଇଥିଲେ। ପ୍ରଥମେ ମନ୍ତ୍ରୀଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଵଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକର ୧୬ଟି ପଂଚାୟତର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ ୩୭୪୧ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ମଧ୍ୟରୁ ୧୧୧ଜଣ ଉଜ୍ଜଗି ମହିଳାଙ୍କୁ ଲକ୍ଷପତି ଦିଦି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ପ୍ରଜାୟକ୍ରମେ ବାକି ଥିବା ସମସ୍ତ ୩୬୩୦ ଜଣ ମହିଳାଙ୍କୁ ମଧ୍ୟ ଉକ୍ତ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀର ଯେଉଁ ମହିଳା ମା ମାନେ ନିଜର ବ୍ୟାଙ୍କ ଆକାଉଣ୍ଟଟରେ ୧ଲକ୍ଷ୍ୟ ଟଙ୍କାରୁ ଅଧିକ ଟଙ୍କା ସଞ୍ଚୟ କରିଛନ୍ତି ସେଇ ମା ମାନଙ୍କୁ ଲକ୍ଷ୍ୟପତି ଦିଦୀ ଭାବରେ ଘୋଷଣା କରାଯାଇ ସାର୍ଟିଫିକେଟ ଦେଈ ସମ୍ମାନିତ କରାଯାଇଛି। ଏହାର ପରବର୍ତ୍ତୀ ସମୟରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସଶକ୍ତିକରଣ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଋଣ ପ୍ରଦାନ କରି ଆଗକୁ ବଢିବାର ଲକ୍ଷ ଜସ୍ୱସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ ଅଛି ବୋଲି ମନ୍ତ୍ରୀ ନିଜ ଉଦ୍ବୋଧନରେ କହିଛନ୍ତି ।ତତସହିତ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଶୁଳିଆପଦା ସମସ୍ତ ମା ମାନେ ବ୍ଲକକୁ ମଦମୁକ୍ତ କରାଇପାରିଲେ ଏହି ବ୍ଲକ ଏକ ଆଦର୍ଶ ବ୍ଳକରେ ପରିଣତ ହୋଇପାରିବ । ତେବେ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପାନମଣି ମାରାଣ୍ଡି, ଉପାଧ୍ୟକ୍ଷ ଜ୍ୟୋତିଲାଲ ବାରିକ, ୫୩ ଜୋନ ଜିଲ୍ଲା ପରିଷଦ ସଭ୍ୟା ମୀରାଲତା ସିଂ ଓ ୫୪ ନଂ ଜୋନ ଜିଲ୍ଲାପାରିସଦ ସଭ୍ୟ ନଗେନ୍ଦ୍ର କୀସ୍କୁ , ଓଡ଼ିଶା ଜୀବିକା ମିଶନ ବ୍ଲକ ସଂଯୋଜକ ଉଜାତା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ପରିସେଶରେ ମୋଦୀ ସରକାରକୁ ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଧନ୍ୟବାଦ୍ ଜଣାଉଛନ୍ତି ।

error: Content is protected !!