Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଲାଞ୍ଜିଗଡ ବେଦାନ୍ତ କମ୍ପାନୀରୁ ପିଏପିଏଲ କମ୍ପାନୀକୁ ବାରଣ କଲେ ସ୍ଥାନୀୟ ବିସ୍ଥାପିତ ଲୋକେ

Spread the love

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ କମ୍ପାନୀ ସ୍ଥାପନ ହେବା ପୂର୍ବରୁ ଅଞ୍ଚଳ ବାସିଙ୍କୁ ଅନେକ ସ୍ବପ୍ନ ଦେଖାଇବା ପରେ ଅନେକ ଲୋକଙ୍କ ଜମି ଗଲା ଅନେକ ଲୋକ ବାସହରା ହେଲେ l ଅଞ୍ଚଳ ଲୋକେ କମ୍ପାନୀକୁ ବିଶ୍ବାସ କଲେ କିନ୍ତୁ କମ୍ପାନୀ ବିଶ୍ବାସରେ ବିଷ ଦେଇ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଳିଥିଲା । ଯେତେବେଳେ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରାଗଲା।ସେତେବେଳ ଲୋକଙ୍କୁ ବୁଝାସୁଝା କରି ଶାଗ ମାଛ ଦରରେ କିଣି ନେଲା କମ୍ପାନୀ ଓ କମ୍ପାନୀ ଠାରେ ନିଯୁକ୍ତି ଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା।ହେଲେ ଥିଲା ଏକ ସର୍ତ୍ତ ସିଧାସଳଖ ବେଦାନ୍ତ କମ୍ପାନୀରେ ନିଯୁକ୍ତି ନଦେଇ ଏକ ମେଣ୍ଟେନେସ୍ କମ୍ପାନୀରେ ନିଯୁକ୍ତି ଦେବାକୁ । ତାହା ମଧ୍ୟ ଅଞ୍ଚଳଲୋକେ ଗ୍ରହଣ କରିନେଲେ l ବେଦାନ୍ତ କମ୍ପାନୀର ସହଯୋଗୀ କମ୍ପାନୀ ପିଏପିଏଲ କମ୍ପାନୀ ରେ ବିସ୍ଥାପିତ ପରିବାରଙ୍କୁ କମିଶନିଙ୍ଗ ଭାବେ ନିଯୁକ୍ତି ଦେଇ ନିଯୁକ୍ତିର ଅଢେଇ ବର୍ଷ ପରେ ସେମାନଙ୍କୁ ମେଣ୍ଟେନେସରେ ସ୍ଥାୟୀ ନିଯୁକ୍ତି ଦେବାକୁ କଥାଥିଲା।ହେଲେ ପିଏପିଏଲ କମ୍ପାନୀ ଠାରେ ଅଢେଇ ବର୍ଷ ପରେ କମିଶୁନିଙ୍ଗରେ କାମ କରିବା ପରେ ମେଣ୍ଟେନେସରେ ନିଯୁକ୍ତି କରିବା ପରିବର୍ତ୍ତେ ପୁଣି କମିସୁନିଙ୍ଗରେ କାମ କରିବା ବାଧ୍ୟ କରୁଥିବା ବେଳେ ଏହାକୁ ନେଇ କମ୍ପାନୀ କତ୍ରୃପକ୍ଷଙ୍କୁ ଅବଗତ କରାଯାଇଥିଲା ହେଲେ କାର୍ଯ୍ୟ ଶୁନ। ବିସ୍ଥାପିତ ମାନଙ୍କୁ କମ ଦରମାଦେଇ କାମ କରାଉଥିବା ବେଳେ ସେହି କାମକୁ ଅନ୍ୟ ଜିଲ୍ଲାର ଲୋକ ମାନଙ୍କୁ ଆଣି ଅଧିକ ଦରମାରେ କାମ କରାଉଥିବା ଭଳି ଅଭିଯୋଗ ନେଇ ଆଜି ବୁଧବାର ସକାଳ ଛଅଟା ସମୟରୁ ଅପରାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ପିଏପିଏଲ କମ୍ପାନୀର କାର୍ଯ୍ୟରତ କର୍ମଚାରୀ ମାନଙ୍କୁ କମ୍ପାନୀ ଭିତରକୁ ପଶିବାକୁ ନ ଦେଇ ବେଦାନ୍ତ ଫାଟକରେ ଅଟକାଇ ରଖିଥିଲେ। ପରେ ଏହାର ଖବର ପାଇ ଲାଞ୍ଜିଗଡ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି କମ୍ପାନୀ କତୃପକ୍ଷ ଓ ବିରୋଧୀ ମାନଙ୍କୁ ଡାକି ବୁଝା ସୁଝା କରା ଯାଇଥିବା ବେଳେ ଆଠ ଘଣ୍ଟା ପରେ ସମଧାନର ପନ୍ଥା ବାହାର ଥିବା ସୁଚନା।

error: Content is protected !!
Breaking News