Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ଲାଞ୍ଜିଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଘଟଣା

Spread the love


ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ଅଶାନ୍ତି ଆଜି ସପ୍ତାହେ ପୁରିବାକୁ ବସିଥିବାବେଳେ ଆଜି ଏକ ପ୍ରତିନିଧି ଦଳ ଲାଞ୍ଜିଗଡ଼ ଗସ୍ତ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ମାଝୀ, ଜିଲ୍ଲା ଉପ ସଭାନେତ୍ରୀ ଦ୍ରୌପଦୀ ମାଝୀ, ଆଦିବାସୀ ନେତା ସୁରେଶ ମାଝୀ, ଭବାନୀପାଟଣା ବ୍ଲକ ସଂପାଦକ ସରୋଜ ମାଝୀ, ଆଦିବାସୀ ନେତା ଚାଞ୍ଚେର ମାଝୀ, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ ବ୍ଲକ କାର୍ଯ୍ୟକାରୀ ସଭାପତି ହରିହର କୁମାର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ବେନଗାଁ ସରପଞ୍ଚ ପୁରାଣା ମାଝୀ, ପାହାଡ଼ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ଜଗନ୍ନାଥପୁର ସମିତି ସଭ୍ୟ ପ୍ରଦୀପ ମାଝୀ, ସମାଜସେବୀ ପାତ୍ର ମାଝୀ, ବାତେଲିମା ସମିତି ସଦସ୍ୟ ଗୋବିନ୍ଦ ନାଏକ, ଘାସି ମାଝୀ, ସୁଦାନା ମାଝୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ସଞ୍ଜୁ ମାଝୀ ପ୍ରମୁଖ ଏହି ତଥ୍ୟ ଅନୁସନ୍ଧାନ ଟିମରେ ସାମିଲ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ନିହାରକାନ୍ତ ବିଶ୍ୱାଳ, ଅଧ୍ୟାପକ ଉମାକାନ୍ତ ବେଣୁପାଣି, ହରେକୃଷ୍ଣ ବିଷୋୟୀ, କାଶୀ ବିଶ୍ୱନାଥ ରଣସିଂହ, ହାରାଧନ ଦେବନାଥ, ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଲାବ ଟେକ୍ନିସିଆନଙ୍କ ବିରୋଧରେ ବିଦ୍ୟାଳୟର ଅନ୍ତେବାସୀ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ। ଯାହାକୁ ନେଇ ଅସ୍ୱାଭାବିକ ପରିସ୍ଥିତି ଉପୁଜିଥିବାବେଳେ ବ୍ଲକ ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ ଅଧିକାରୀମାନେ ଆସି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ସମ୍ପୃକ୍ତ ଲାବ ଟେକ୍ନିସିଆନଙ୍କ ବଦଳି ଦାବିରେ ଅନ୍ତେବାସୀମାନେ ଅଡି ବସିଥିବାବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ଚାପା ଅଶାନ୍ତି ଲାଗି ରହିଛି। ଏପରିକି ଆଜି ସକାଳୁ କିଛି ଛାତ୍ରଛାତ୍ରୀ ହଷ୍ଟେଲ ଛାଡି ପଳାଉଥିବାବେଳେ ସେମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଫେରାଇ ଆଣିଥିବା ଜଣାପଡିଛି। ଏହାକୁ ସମାଧାନ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି। ଅପରପକ୍ଷରେ ତଥ୍ୟ ଅନୁସନ୍ଧାନ ଟିମ ଆଜି ତଦନ୍ତ ପରେ ଜିଲ୍ଲା ପ୍ରଶାସନକୁ ଘଟଣା ସମ୍ପର୍କରେ ଜଣାଇବେ ବୋଲି ଟିମ ସଦସ୍ୟା ଦ୍ରୌପଦୀ ମାଝୀ ସୂଚନା ଦେଇଛନ୍ତି।

error: Content is protected !!
Breaking News