ଟେନିସ୍ରେ ଭାରତ ପକ୍ଷରୁ ପ୍ରଥମ ଓ ଏ ଯାବତ ଏକମାତ୍ର ଅଲିମ୍ପିକ୍ ପଦକ ହାସଲ କରିଛନ୍ତି ଲିଜେଣ୍ଡ ଲିଆଣ୍ଡର ପେସ୍। ୧୯୯୬ରେ ଆଟ୍ଲାଣ୍ଟା କ୍ରୀଡ଼ାରେ ତାଙ୍କର କାଂସ୍ୟ ପଦକ ବିଜୟ ଥିଲା ଅପ୍ରତ୍ୟାଶିତ ଓ ଐତିହାସିକ। ଏବେ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ୨୮ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଛନ୍ତି ଭାରତୀୟ ଟେନିସ୍ ଖେଳାଳି।
ଭାରତର ପ୍ରଖ୍ୟାତ ଟେନିସ୍ ଖେଳାଳି ଲିଆଣ୍ଡର ପେସ୍ ତାଙ୍କ ଦୀର୍ଘ କ୍ୟାରିଅର୍ରେ ଅନେକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେଥିମଧ୍ୟରୁ ଅଲିମ୍ପିକ୍ ପଦକ ହାସଲ ବିଶେଷ ଗୁରୁତ୍ୱ ରଖେ। ଆଜି ବି ତାଙ୍କର ସେହି ଗୌରବୋଜ୍ଜ୍ୱଳ ଉପଲବ୍ଧିକୁ ସ୍ମରଣ କରାଯାଏ।
ପେସ୍ ଟେନିସ୍ରେ ଦେଶ ପକ୍ଷରୁ ପ୍ରଥମ ଅଲିମ୍ପିକ୍ ପଦକ ଜିତିଥିଲେ। ଆଟ୍ଲାଣ୍ଟା ଅଲିମ୍ପିକ୍ସ ୧୯୯୬ରେ ତାଙ୍କର କାଂସ୍ୟ ପଦକ ବିଜୟ ଅପ୍ରତ୍ୟାଶିତ ଓ ଐତିହାସିକ ଥିଲା। ତାଙ୍କ ପରେ ଏ ଯାବତ ଅନ୍ୟ କୌଣସି ଭାରତୀୟ ଖେଳାଳି ଟେନିସ୍ରେ ଅଲିମ୍ପିକ୍ ପଦକ ଜିତିପାରି ନାହାନ୍ତି।
More Stories
Saraswati Vidya Mandir Higher Secondary School, Nilakanth Nagar, has achieved a record in science and commerce exams
ରାଜା ସାହିରେ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ, ଉତ୍ତମ ଚିକିତ୍ସା ପାଇଁ ମେଡିକାଲ୍ ସ୍ଥାନାନ୍ତର
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ