ଲିଙ୍ଗରାଜ ମନ୍ଦିରଠାରେ ବିଶାଳ ଭଜନ ସମାରୋହ

Spread the love

ଶ୍ରାବଣ ମାସର ପ୍ରଥମ ସୋମବାର ବିଭିନ୍ନ ନଦୀଘାଟରୁ ପାଣି ଉଠାଇ ପ୍ରଭୁ ଶ୍ରୀ ଲିଙ୍ଗରାଜ ଅଭିମୁଖେ କାଉଡିଆ । ଏହି ଉଦ୍ଦେଶ୍ୟରେ ଶ୍ରୀ ଶ୍ରୀ ଲିଙ୍ଗରାଜ ସାସ୍କୃତିକ ପରିଷଦ ପକ୍ଷରୁ ଲିଙ୍ଗରାଜ ମନ୍ଦିରଠାରେ ଏକ ବିଶାଳ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅଖଣ୍ଡ ଭଜନ ସମାରୋହ ରାତିସାରା ଶିବଙ୍କର ଭଜନ ପରିବେଷଣ କରାଯାଇଥିଲା । ଏହି ଭଜନ ସମାରୋହରେ କଣ୍ଠ ଶିଳ୍ପୀ ସୁବାଷ ଦାସ, ଗୀତା ଦାସ, କୁମାର ବାପି, ନରେନ୍ଦ୍ର କୁମାର, ଶୈଳଭାମା, ରବିନ୍ଦ୍ର ମହାପାତ୍ର, ସୈାରଭ ନାୟକ, ମାନସୀ ପାତ୍ର, ବସନ୍ତ ପାତ୍ର, ବିଭୁ କିଶୋର, ପମି, ଆଲୋକ କୁଣ୍ଡୁ, ଶଶାଙ୍କ ଶେଖରଙ୍କ ସହିତ ବହୁ କଳାକାର ଅଂଶ ଗ୍ରହଣ କରିଥିଲେ ।


ଏହି ଭଜନ ସମାରୋହକୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ଶ୍ରୀମତୀ ସୁଲୋଚନା ଦାସ, ସ୍ଥାନିୟ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ଚନ୍ଦ୍ର ଶେଖର ମଲ୍ଲୀୟା, ଶିବ ବେହେରା ଓ ଶିବ ନାରାୟଣ ରାୟ ପ୍ରମୁଖ ଉଦ୍‌ଘାଟନ କରିଥିଲେ ।ଏକାମ୍ରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ ଓ ଏକାମ୍ର ବିକାଶ ମଞ୍ଚର ସଭାପତି ଶ୍ରୀମତୀ ରଶ୍ମୀ ମହାପାତ୍ର ଅତିଥିମାନେ ମହାପ୍ରଭୂ ଲିଙ୍ଗରାଜଙ୍କ ବିଶାଳ ଭଜନ ସମାରୋହରେ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ପ୍ରଶାନ୍ତ ପାଢି , ଅନସୂୟା ନାଥ, ବିଶିଷ୍ଟ ତବଲା ବାଦକ ଶ୍ରୀଯୁକ୍ତ ଶରତ ପାଣି ଏହି ବରିଷ୍ଠ କଳାକାରମାନଙ୍କୁ ସମ୍ମାନୀତ କରାଯିବା ସହିତ ଯୁବ କଳାକାର ମାନଙ୍କୁ ମଧ୍ୟ ସମ୍ମାନୀତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ.ଇଂ ଶ୍ରୀନିବାସ ଘଟୁଆରୀ ସଭାପତିତ୍ୱ କରିଥିଲେ । ସଂପାଦକ ସଚିନ ରଥ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଦେବା ସହିତ ଏହି ସଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜକ ଭରତ ବେହେରା ପରିଚାଳନା କରିଥିଲେ ।

error: Content is protected !!
Breaking News