ଲୋଚନ ଜଗତ ଡ଼ିଗ୍ରୀ କଲେଜରେ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ

Spread the love

ନୂଆପଡ଼ା : ବୋଡ଼େନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମରେ ଥିବା ଲୋଚନ ଜଗତ ଡିଗ୍ରୀ କଲେଜରେ ଆଜି କଲେଜ ତରଫରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ,କଲେଜ କର୍ମଚାରୀ ତଥା ବନ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ। ଆମେ ସମସ୍ତେ ଜାଣିଛୁ ମଣିଷ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପ୍ରର୍ଯ୍ୟନ୍ତ ଅମ୍ଳଜାନର ଆବଶ୍ୟକତା ରହିଛି।

ଯଦି ଆମକୁ ଠିକ ଭାବରେ ଅମ୍ଳଜାନ ନ ମିଳିବ ତା ହେଲେ ଏ ଧରା ପୃଷ୍ଟରେ ମଣିଷ ସମାଜ ଲୋପ ପାଇଯିବ,ତେଣୁକରି ଆମ ଭାରତର ପ୍ରଧାନମନ୍ତ୍ରୀଙ୍କ ଏକ ପ୍ରେରଣା ମାଁ ନାମରେ ଏକ ଗଛ ଯାହା ସାରା ଭାରତ ବର୍ଷପାଳନ କରୁଥିବା ବେଳେ ଆଜି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ଲୋଚନ ଜଗତ ମହାବିଦ୍ୟାଳୟର ନିର୍ମାତା ଶ୍ରୀଯୁକ୍ତ ତୁଳସୀରାମ ଜଗତଙ୍କ ନିର୍ଦ୍ଦେଶରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜି ମହାବିଦ୍ୟାଳୟର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ରହିଥିବା ବେଳେ ପରୀକ୍ଷା ଶେଷ ହେବା ପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ପରୀକ୍ଷା ପାଇଁ ଖଡ଼ିଆଳ ଅଟୋନମସ କଲେଜର ପରୀକ୍ଷା ନିରୀକ୍ଷକ ଅଜିତେସ ପାଢ଼ୀ ଆସିଥିବା ବେଳେ ଅଧ୍ୟକ୍ଷଙ୍କ ଅନୁରୋଧ କ୍ରମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦାନ କରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଭରତ ଚରଣ ସାହୁ ଉକ୍ତ କାର୍ଯ୍ୟକ୍ରମର ନେତୃତ୍ଵ ନେଇଥିବା ବେଳେ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରେମଲାଲ ତାଣ୍ଡି,ଅଧ୍ୟାପକ ସୌରଭ ବିଶୀ ଓ ଅଧ୍ୟାପିକା ଶୋଭାବତୀ ସେନାପତି ସମେତ କଲେଜର ସମସ୍ତ କର୍ମଚାରୀମାନେ ବିଶେଷ ସହଯୋଗ କରିଥିବା ବେଳେ ବନବିଭାଗର ଫରେଷ୍ଟର ଶ୍ରୀ ଗଗନ ହଂସ,ଶ୍ରୀ ଶୁସିଲ କୁମାର ବାଗ ଓ ବିଶ୍ଵନାଥ ସଲମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ହେବାରେ ସହଯୋଗ କରିଥିଲେ।

error: Content is protected !!