ଲାଞ୍ଜିଗଡ : ପାଣି କାଦୁଅରେ ଫୁଟିଛି ରାସ୍ତା। ଆଉ ସେହି ରାସ୍ତାରେ ନସର ଫସର ହୋଇ ଯାତାୟାତ କରୁଛନ୍ତି ଗ୍ରାମବାସୀ। ବର୍ଷାଦିନେ ରାସ୍ତାରେ ପାଣି ଜମି କାଦୁଅ ରହୁଥିବାରୁ ଗ୍ରାମବାସୀ ଭୋଗୁଛନ୍ତି ନର୍କ ଯନ୍ତ୍ରଣା। ଲୋକଙ୍କ ଅଭିଯୋଗ କୁ ନେଇଁ ଅନେକ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଥିଲା କିନ୍ତୁ ପ୍ରଶାସନ ପାଖରେ ଖବର ଥିଲେ ମଧ୍ୟ୍ୟ ଏବେ ଯାଏଁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ବ୍ୟବସ୍ଥା କରାଯାଉନି ଯାହାଫଳରେ ଗ୍ରାମ ବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି l ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆଜି ପଯ୍ୟନ୍ତ ପୂରଣ ହୋଇପାରିନି ଗ୍ରାମବାସୀଙ୍କ ସବୁଦିନିଆ ରାସ୍ତାର ସ୍ବପ୍ନ। ହଁ ଆଜ୍ଞା ଏକଥା ଆମେ କହୁନୁ ଆପଣ ମାନେ ଏହି ବିକଳ ଚିତ୍ରକୁ ଦେଖିଲେ ଜାଣିପାରୁଥିବେ। ଏହି ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ଲାଖବାହାଲି ପଞ୍ଚାୟତର କମଲେଇ, କଟଲଙ୍ଗ, କଡ୍ରୁସରୁ, ଭଳି ଅନେକ ଗୁଡ଼ି ଗାଁର ଲୋକେ। ପଞ୍ଚାୟତ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ପାଇଁ ଯିବା ଆସିବାକୁ ପଡିଥାଏ ହେଲେ ଅଳ୍ପ ବର୍ଷା ହେଲେ ଯାତାୟାତ ଗୋଟିଏ ପ୍ରକାର ଠପ ହୋଇପଡୁଛି। ଫଳରେ ଯମଦଣ୍ଡ ଭୋଗୁଛନ୍ତି ବୋଲି ମତପ୍ରକାଶ କରିଛନ୍ତି ଉକ୍ତ ଗ୍ରାମବାସୀ। ଏହି ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫ କି.ମି ଦୂର ହେଉଥିବା ବେଳେ ରଙ୍ଗୀଗୁଡା ଗାଁ ଛକ ଠାରୁ ୨କି.ମି ଦୂରରେ କମଲେଇ ଗାଁ ରହିଛି ।
ଏହି ଗାଁକୁ ଯିବାକୁ ହେଲେ କାଦୁଅ ପଚପଚ ରାସ୍ତା ଦେଇ ଆଣ୍ଠୁ ମାଡି ଯିବାକୁ ପଡୁଥିଲା ଓ ବାରମ୍ବାର ଅଭିଯୋଗ ପରେ ରାସ୍ତା ନିର୍ମାଣ ପାଇଁ ଚଳିତ ବର୍ଷ ଅନୁମୋଦନ ମିଳିଛି ସତ ହେଲେ କେଉଁ ବିଭାଗର ଦ୍ୱାରା ରାସ୍ତା ନିର୍ମାଣ ହେଉଛି ଏବେ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଗାଁ ଲୋକେ କହୁଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ବୋଲି। କିନ୍ତୁ ରାସ୍ତା କାମ ଆରମ୍ଭ ହୋଇ ୪ମାସ ବିତି ଗଲାଣି ହେଲେ ଏବେ ଯାଏଁ କୌଣସି ସୂଚନା ଫଳକ ଲାଗି ନାହିଁ ଯାହାଦ୍ବାରା କେଉଁ ବିଭାଗର ଦ୍ୱାରା କାମ ହେଉଛି ରାସ୍ତା ପାଇଁ ଅଟକ ମୂଲ୍ୟ କେତେ ରହିଛି ଓ କେଉଁ ଠିକା ସଂସ୍ଥା ଏହି ରାସ୍ତା କାମ କରୁଛି ତାହା ଜଣା ପଡୁନାଇଁ। ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ଓ ନିମ୍ନମାନର କାମ ଯୋଗୁଁ ଏବେ ଅଳ୍ପ ବର୍ଷା ହେଲେ ସମ୍ପୂର୍ଣ ଭାବେ କାଦୁଅ ହେଉଛି ଯାହା ଦ୍ୱାରା ଲୋକଙ୍କ ଯାତାୟାତ ଓ ଯାନବାହାନ ନେବାରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ସ୍ଥାନୀୟ ଲୋକ, ଗର୍ଭବତୀ,ଗୁରୁତ୍ୱର ରୋଗୀ,ସ୍କୁଲ,କଲେଜ ଛାତ୍ରଛାତ୍ରୀ ଏବଂ ବିଭିନ୍ନ କାର୍ଯ୍ୟରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଏହି ରାସ୍ତା ମରଣଯନ୍ତା ପାଲଟିଥିବା ବେଳେ କାମ ବିଳମ୍ବ ଯୋଗୁଁ ଅସୁବିଧା ହେଉଛି ବୋଲି କମଲେଇ, କଟଳାଙ୍ଗ, କଡ୍ରୁସରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ରାସ୍ତା କାମ ତୁରନ୍ତ ଆରମ୍ଭ କରିବାକୁ ସାଧାରଣରେ ଦାବି ହେଉଥିବା ବେଳେ କେବେ ପୁଣି ଥରେ ରାସ୍ତା କାମ ଆରମ୍ଭ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ