ମଦ ଓ ଗଂଜେଇ ମାଫିଆ ମାନେ ଦିଗପହଣ୍ଡି ଅବକାରୀ ବିଭାଗ ଓ ପୋଲିସ କୁ ଖୋଲା ଚେଲେଞ୍ଜ

Spread the love

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ବିଭୀଷିକା ଭୟ ଲୋକଙ୍କ ମନରୁ ନ ଲିଭୁଣୁ ଗଞ୍ଜାମ ସୀମାନ୍ତ ଅଞ୍ଚଳରେ ରନ୍ଧା ମଦ ପିଇ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ଦେଖିବାକୁ ମିଳିଛି ! ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମର କେ. କ୍ରିଷ୍ଣା ପାତ୍ର ଯାହାଙ୍କ ବୟସ 40 ବର୍ଷ ଗତକାଲି ତାଙ୍କରି ମୃତ୍ୟୁ ହୋଇଥିବା ଏରିଆ ରେ ଚର୍ଚ୍ଚା ଜୋର ଧରିଛି । ରନ୍ଧା ମଦ ପିଇ କ୍ରିଷ୍ଣାଙ୍କ ମୃତ୍ୟୁ ହୋଇଥ‌ିବା ତାଙ୍କ ପରିବାର ଓ ଗ୍ରାମବାସୀ ଅଭିଯୋଗ ଆଣୁଛନ୍ତି। କ୍ରିଷ୍ଣା ଶୁକ୍ରବାର ଛେଳି ଚରାଇବା ପାଇଁ ଗଜପତି-ଗଞ୍ଜାମ ସୀମାନ୍ତ ଅଞ୍ଚଳ ବିଚାପାଟ ଗ୍ରାମକୁ ଯାଇଥିଲେ । ସେ ରାତିରେ ଘରକୁ ନଫେରିବା ଯୋଗୁଁ ପରିବାର ଲୋକେ ଶନିବାର କ୍ରିଷ୍ଣାଙ୍କୁ ଖୋଜିବା ପାଇଁ ଯାଇଥିଲେ। ବିଚାପାଟ ଗ୍ରାମ ଠାରୁ ସହଦେବ ଟିକରପଡ଼ା ଗ୍ରାମକୁ ଯିବା କେନାଲ ରାସ୍ତାରେ ବୃନ୍ଦାବନ ନଗର ଗାଁ ରାସ୍ତା କଡ଼ରେ କ୍ରିଷ୍ଣାଙ୍କ ମରଶରୀର ପଡ଼ିଥିବା ଦେଖ‌ିବାକୁ ପାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପରିବାର ଲୋକେ କ୍ରିଷ୍ଣାଙ୍କ ମରଶରୀର ଉଦ୍ଧାର କରି ଘରକୁ ଆଣିଥିଲେ। ଏହା ପରେ ଏରିଆ ରେ ଶୋକକୁଳ ପରିବେଶ ମଧ୍ୟରେ କ୍ରିଷ୍ଣାଙ୍କ ଶବ ସଂସ୍କାର ପାଇଁ ନିକଟସ୍ଥ – ଶ୍ମଶାନକୁ ନେଇଥିଲେ। ଶବ ଦାହ ସକାଶେ କାଠ ସଜଡା ସରିଯାଇଥିଲା। ଏତିକି ବେଳେ ଦିଗପହଣ୍ଡି ପୋଲିସ ବିଶେଷ ସୂତ୍ର ରୁ ଖବର ପାଇ ସେଠାରେ ପହଞ୍ଚି ଶବକୁ ଶ୍ମଶାନରୁ ଜବତ କଲା ଓ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ଠାରୁ ସୂଚନା ।

କ୍ରିଷ୍ଣାପାତ୍ର ବିବାହିତ ତାଙ୍କର ୩ଟି ସନ୍ତାନ ଅଛନ୍ତି। ପରିବାରରେ ସେ ଜଣେ ବ୍ୟକ୍ତି ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ବିୟୋଗରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଗଞ୍ଜାମ ଗଜପତି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବ୍ୟାପକ ଭାବେ ଚୋରା ମଦ ପ୍ରସ୍ତତ ହେଉଛି। ଗଜପତି ଜିଲ୍ଲାର ମାଙ୍କଡ଼ ଡିଆ ରାସ୍ତାରେ ସବୁବେଳେ ପ୍ରାୟତଃ ଦେଶୀ ମଦ ଓ ଗଞ୍ଜେଇ ଚାଲାଣ ହେଉଛି କିନ୍ତୁ ଦିଗପହଣ୍ଡି ପୋଲିସ ଓ ଅବକାରୀ କୁ ଖୋଲା ଚେଲେଞ୍ଜ ଦେଉଥିବା ମାଫିଆ ଙ୍କ ଟେର ପାଉନି କାହିଁକି ପୋଲିସ ଓ ଅବକାରୀ ବିଭାଗ ? ଖୋଲାଖୋଲି ଚେଲେଞ୍ଜ କରି ମଦ, ଗଞ୍ଜେଇ ମାଫିଆ ମାନେ ଅବକାରୀ ଓ ପୋଲିସ ପ୍ରଶାସନ କୁ ଅବାଧରେ ମଦ ଗଞ୍ଜେଇ ବିକ୍ରି କରୁଛନ୍ତି। ବେପାରୀ ମାନେ ଗଜପତି ବୋଡ଼ର ମାଙ୍କଡ଼ ଡିଆ ରାସ୍ତାରେ ଆସି ଉଜ୍ୱଳେଶ୍ୱର ପଞ୍ଚାୟତ ଦେଇ କେନାଲ ରାସ୍ତା ଭୀଷ୍ମଗିରି, ଜୁଆଣପଲ୍ଲୀ, ଶ୍ୟାମସୁନ୍ଦର ପୁର, ମଝି ସାହି, ତଳ ସାହି, ଉପର ସାହି, ବାଦପୁର, ପାଳଝଡ଼, ଗୋଠକେଳି ଏବଂ କେରାଣ୍ଡି ମାଳ ପର୍ବତ ନିକଟରେ ରହିଥ‌ିବା ଗ୍ରାମ ଗୁଡ଼ିକରେ ନିରୀହ ଆଦିବାସୀଙ୍କୁ ଢାଲ କରି ମଦ ମାଫିଆ ବେଧଡ଼କ ଚୋରା ମଦ ପ୍ରସ୍ତୁତି ଓ ରାତିରେ ଗଞ୍ଜେଇ ଚାଲାଣ ଚଳାଇଛନ୍ତି। ଅନେକ ଚଢ଼ଉ କରି ମଦ ଓ ଗଞ୍ଜେଇ ଧରାଯାଉଛି ଓ ପୋଚ ମଧ୍ୟ ନଷ୍ଟ କରାଯାଉଛି। ତଥାପି ଏହାକୁ ରୋକିବାରେ ଉଭୟ ଅବକାରୀ ଓ ପୁଲିସ ବିଫଳ ହେଉଥିବା କହୁଛନ୍ତି ଅଞ୍ଚଳ ବାସି ! ଭୀଷ୍ମଗିରି ଅଞ୍ଚଳରେ ଚୋରା ମଦ ବିକ୍ରି ବନ୍ଦ କରିବା ଓ ମୃତକଙ୍କ ପରିବାର ଙ୍କୁ କ୍ଷତି ପୂରଣ ପାଇଁ ପଞ୍ଚାୟତ ବାସି ଦାବି କରୁଥିବା ଦେଖିବାକୁ ମିଳୁଛି ।

error: Content is protected !!
Breaking News