ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଭଞ୍ଜପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ “ଶିଶୁ ଶ୍ରମ ସମସ୍ୟା ଓ ଏହାର ସମାଧାନ ” ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଏହି କର୍ମଶାଳା ରେ ମୁଖ୍ୟ ଅତିଥି ରୂପେ କୋଇଡା ବ୍ଲକ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା ଓ ସମ୍ମାନିତ ଅତିଥି ଭାବେ ସିଆରସିସି ପ୍ରଶାନ୍ତ ପରିଡା ଯୋଗଦେଇଥିଲେ I ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ୱାର୍ଡ ମେମ୍ବର ଦୁର୍ଗା ହେମ୍ବ୍ରମ, ଭଞ୍ଜପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ରାଏ, ଶ୍ରଦ୍ଧାଞ୍ଜଳି ମହାନ୍ତି, ବିଜୟା ଲକ୍ଷ୍ମୀ ପ୍ରଧାନ ଙ୍କ ସମେତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଅଭିଭାବକ ଓ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ Iଏହି କର୍ମଶାଳା ରେ ଉପସ୍ଥିତ ଅଭିଭାବକ ଙ୍କ ମଧ୍ୟରେ ଦୁଇଟି ଖେଳ ପ୍ରତିଯୋଗିତା ଏବଂ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଶିଶୁ ଶ୍ରମ ସମସ୍ୟା ର ସମାଧାନ ଉଦେଶ୍ୟ ରେ ନାଟକ ପ୍ରଦର୍ଶିତ ହୋଇଥିଲା । ଅଭିଭାବକ ଓ ପିଲାମାନଙ୍କୁ ଆବଶ୍ୟକୀୟ କୌଶଳ, ସହଯୋଗ, ସଚେତନତା ଦ୍ୱାରା ଏମାନଙ୍କ ମଧ୍ୟ୍ୟରେ ଆତ୍ମବିଶ୍ୱାସ ର ବୃଦ୍ଧି ହେବା ସହିତ ସେମାନେ ଆହୁରି ସଶକ୍ତ ହେବେ ଏବଂ “ଶିଶୁ ଶ୍ରମ ସମସ୍ୟା ରେ ଅଙ୍କୁଶ ଲାଗିବା ନେଇ ସମସ୍ତେ ଏକ ମତ ହୋଇଥିଲେ I ଶିଶୁ ଶ୍ରମ ସମସ୍ୟା କୁ ରୋକିବା ପାଇଁ ସଂଶୋଧିତ ଆଇନ ଓ ନୀତି ନିୟମ ବିଷୟରେ କୋଇଡା ବ୍ଲକ ଗୋଷ୍ଟୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ବେହେରା ମତବ୍ୟକ୍ତ କରିଥିଲେ । ଶିଶୁ ଏବଂ ପରିବାର କୁ ଶୋଷଣ ରୁ ରକ୍ଷା କରିବା ପାଇଁ ଶିଶୁ ଏବଂ ପରିବାର ମଧ୍ୟରେ ଜ୍ଞାନ ଏବଂ କୌଶଳ ର ବୃଦ୍ଧି ଦ୍ୱାରା ହିଁ ଶିଶୁ ଶ୍ରମିକ କୁ ରୋକା ଯାଇପାରିବ ବୋଲି ସିଆରସିସି ପ୍ରଶାନ୍ତ ପରିଡ଼ା ମତବ୍ୟକ୍ତ କରିଥିଲେ।ଏହାର ସ୍ଥାୟୀ ସମାଧାନ ତଥା ଶିଶୁ ଶ୍ରମିକକୁ ରୋକିବା ପାଇଁ ପିତାମାତାଙ୍କ ଦ୍ୱାରା ଏକ ଶପଥ ଗ୍ରହଣ କରାଯାଇଥିଲା I ଶିଶୁ ଶ୍ରମ ସମସ୍ୟା କୁ ରୋକିବା ପାଇଁ ଦୀର୍ଘକାଳୀନ ସମାଧାନ ଏବଂ ସମର୍ଥନ ଦିଗରେ କାର୍ଯପନ୍ଥା ସ୍ଥିରୀକୃତ କରାଯାଇଥିଲା । ମ୍ୟାଜିକ ବସ ଫାଉଣ୍ଡେସନ ତରଫରୁ ଅନିଲ କୁମାର ମହାନ୍ତ, କଳ୍ପନା ନାଏକ, ରୀନା ରାଣୀ ରାଉତ ଉପସ୍ଥିତ ରହି କର୍ମଶାଳା ର ସୁପରିଚାଳନା ରେ ସହଯୋଗ କରିଥିଲେ I ପରିଶେଷରେ ମ୍ୟାଜିକ ବସ ଇଣ୍ଡିଆ ଫାଉଣ୍ଡେସନ ର ଅନିଲ କୁମାର ମହନ୍ତ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ I
More Stories
ବାଘଲଟି ଜଳ ପତନରେ ବୃଦ୍ଧି ଚାଷୀକୁଳ ଆନନ୍ଦ
ବିଶ୍ଵନାଥ ପୁର ଠାରେ ରାସ୍ତା ଉପରେ ଗଛ ପଡ଼ି ରାସ୍ତା ଅବରୋଧ
ଲଗାଣ ବର୍ଷାରେ ନୂଆ ଜଗନ୍ନାଥ ସଡ଼କ ବିଛିର୍ଣ୍ଣ