ବ୍ରହ୍ମପୁର : ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶରେ ମହାବିଦ୍ୟାଳୟ ପ୍ରାଙ୍ଗଣ ରେ ଅଧ୍ୟକ୍ଷା ଡ ନିବେଦିତା ମହାପାତ୍ର ଙ୍କ ପୌରହିତ୍ୟ ରେ ଜାତୀୟ ଖେଳ ଦିବସ ୨୯-୮-୨୪ ଓ ୩୦ -୮-୨୪ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିବସରେ ଏକ ସଭା ଅନୁଷ୍ଠିତ କରି ଛାତ୍ରୀମାନଙ୍କୁ ଖେଳ ଦିବସର ତାତ୍ପର୍ଯ୍ୟ ବୁଝେଇବା ସହ ଶପଥ ପାଠ କରାଯାଇଥିଲା । ଦ୍ୱିତୀୟ ଦିବସରେ ଖୋଖୋ, ଚେସ୍ , ଲେମନ୍ ରେସ୍, ଦଉଚି ଡିଆଁ ଏବଂ ଚାଲି ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି ।
ପ୍ରଶାସନିକ ଅଧିକାରଣୀ ଡ ଜୟନ୍ତୀ ରାଣୀ ପଣ୍ଡା, ନାକ୍ ସଂଯୋଜିକା ଡ. ବାଣୀ ପଟ୍ଟନାୟକ, ବିତ୍ତ ଅଧିକାରୀ ଡ ସୁବ୍ରତ ପଣ୍ଡା, କ୍ରୀଡା ସଂଯୋଜିକା ଡ. ସ୍ଵର୍ଣ୍ଣଲତା ପଟ୍ଟନାୟକ, ସଦସ୍ୟା ଆଶା କିରଣ ପଣ୍ଡା, ସୁଭଶ୍ରୀ ତ୍ରିପାଠୀ, ରିଚା ପାତ୍ର, ସୁପ୍ରଭା ପଣ୍ଡା ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ସହଯୋଗ କରିଥିଲେ । ଏଥିରେ ବହୁ ସଂଖ୍ୟକ ଛାତ୍ରୀ ଯୋଗଦେଇ ପ୍ରୋତ୍ସାହିତ ହୋଇଥିଲେ ।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର