ମହିଳା ଡାକ୍ତରଙ୍କୁ ଧର୍ଷଣ ଓ ହତ୍ୟା ବିରୋଧରେ ପ୍ରତିବାଦ ସହ କ୍ୟାଣ୍ଡେଲ ଶୋଭାଯାତ୍ରା

Spread the love

ରାୟଗଡ଼ା ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀ ତରଫରୁ ୧୮-୦୮-୨୦୨୪ ତାରିଖ ରବିବାର,ସନ୍ଧ୍ୟା ସାଢ଼େ ୬ ଘଣ୍ଟା ସମୟରେ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନା ମୁତାବକ ଚଳିତ ମାସ ୯- ୨୦୨୪ ତାରିଖରେ କଲିକତା ସ୍ଥିତ ଆର.ଜି.କର ମେଡ଼ିକାଲ କଲେଜରେ କାର୍ଯ୍ୟରତ ମହିଳା ଡାକ୍ତର ମମିତା ଦେଓନାଥଙ୍କୁ ନୃଶଂସ ଧର୍ଷଣ ଓ ଜଘନ୍ୟ ହତ୍ୟା ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଘଟଣା ପ୍ରତିବାଦରେ ଆନ୍ଦୋଳନରେ ସମର୍ଥନ କରିଥିବା ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିବା ଘଟଣାକୁ ଘୋର ନିନ୍ଦା କରିବା ସହ ହତ୍ୟା କାରୀଙ୍କୁ ଧରି ଉଚିତ୍ ଦଣ୍ଡାଦେଶ ପ୍ରଦାନ କରିବା ପାଇଁ ଦେଶବ୍ୟାପୀ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ାରୀ ତରଫରୁ ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରୁ ଗୁଡ଼ାରୀ ମୂଖ୍ୟ ରାସ୍ତା ଝିଲିମିଲି ଛକ,ଶିରିଗୁଡା ଛକ ବାଇପାସ୍ ରୋଡ଼ ଦେଇ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ, ବ୍ଳକ କାର୍ଯ୍ୟାଳୟ ଦେଇ ଗାନ୍ଧୀ ଛକଠାରେ ପହଞ୍ଚି ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ପୀଠରେ କ୍ୟାଣ୍ଡେଲ ସମର୍ପଣ କରିଥିଲେ  । ଉକ୍ତ କ୍ୟାଣ୍ଡେଲ ଶୋଭାଯାତ୍ରାରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରାପ୍ରାପ୍ତ ଡାକ୍ତର ଶ୍ରୀ ଅରୁପାନନ୍ଦ ବେହେରା, ଡାକ୍ତର ନିହାର ରଞ୍ଜନ ରଣସିଂହ, ଡାକ୍ତର ସତିଶ ସାହୁ, ଡାକ୍ତର ଦିବ୍ୟ ଦର୍ଶନ ସାହୁ, ଡାକ୍ତର ପ୍ରସାଦ  ଗୌଡ, ଡାକ୍ତର ସୁକାନ୍ତ ନାୟକ, ଡାକ୍ତର ସ୍ମିତା କୁମାରୀ, ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ କ୍ୟାଣ୍ଡେଲ ଶୋଭାଯାତ୍ରା କରିବା ଦେଖିବାକୁ ମିଳିଥିଲା ।

error: Content is protected !!
Breaking News