ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବନବିଭାଗ ର କିଛି ଅଫିସର ଓ ଅଧିକାରୀ ମାନେ ଚାଷୀଙ୍କ ମକା ଫସଲ ନଷ୍ଟ କରିଛନ୍ତି l ଏନେଇ ତିନିଜଣ ଚାଷୀ ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି l ସୂଚନା ଅନୁସାରେ ରାଇଘର ବ୍ଲକ ହାତୀଗାଁ ପଞ୍ଚାୟତ ଖାଲେପାରା ଗ୍ରାମର ବାଦୁ ଗଣ୍ଡ, ମଙ୍ଗରାଜ ଗଣ୍ଡ, ଗଣେଶ ଗଣ୍ଡ ତିନିଜଣ ବନ୍ଦାଭଟର୍ଲି, ଲାଫିବେଡା ଅଞ୍ଚଳରେ ୧୦ରୁ ୧୨ ଏକର ଜମିରେ ମକା ଚାଷ କରି ଆସୁଥିଲେ, ଉକ୍ତ ଅଞ୍ଚଳ ସଂରକ୍ଷିତ ଜଙ୍ଗଲ ହୋଇଥିବାବେଳେ ଏଠାରେ ବିଭିନ୍ନ ଅଞ୍ଚଳର ୨୦ରୁ ୩୦ଜଣ ଚାଷୀ ଚାଷ କରି ଆସୁଛନ୍ତି, ତେବେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କିଛି ଅଞ୍ଚଳ ବନ ବିଭାଗ ଦଖଲ କୁ ଆସିଥିବା ବେଳେ ଵର୍ତମାନ ସୁଦ୍ଧା ଅନେକ ଜଙ୍ଗଲ ଲୋକଙ୍କ କବଜାରେ ରହିଛି l ମଝିରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ କିଛି ଜମିରେ ବୃକ୍ଷ ରୋପଣ କରାଯାଇଥିବା ଚିତ୍ର ସାମ୍ନାକୁ ଆସିଥିଲା l ତେବେ ଚାଷ କରିଥିବା ଚାଷୀ ତିନିମାସ ପରେ ଜମି ଛାଡି ଦେଇ ଥାନ୍ତା କିନ୍ତୁ ଠିକ ଏହି ସମୟରେ ବନ ବିଭାଗର ଅଫିସର,ଏସି ଏଫ ସୁବାସ ଚନ୍ଦ୍ର ଖୁଣ୍ଟିଆ,ଫରେଷ୍ଟର ହରେଲାଲ ନିହଲା, ବିଟ ଗାଡ଼ ଲାଲୁ ବିଶୋଇ ସମେତ ଗ୍ରାମର କିଛି ଲୋକ ମିଶି ୪ଗଟି ଟ୍ରାକ୍ଟର ଲଗେଇ ମକା ଚାଷ ନଷ୍ଟ କରିଥିବାର ଅଭିଜଗ ହୋଇଛି l
More Stories
13.01.2025
4-12-2024
25-11-2024