Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ମନମୁଣ୍ଡା ସୁବର୍ଣ୍ଣମେରୁ ମନ୍ଦିରର ପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ମନମୁଣ୍ଡାବାସି

Spread the love

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ସୁବର୍ଣାପାଲି ସ୍ଥିତ ବାବା ସୁବର୍ଣ୍ଣମେରୁ ମନ୍ଦିର ର ପରିଚାଳନା କମିଟି ଗଠନ ପାଇଁ ଆଜି ମନମୁଣ୍ଡା ବାସି ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ସୂଚନା ଅନୁସାରେ ଉକ୍ତ ବାବା ସୁବର୍ଣ୍ଣମେରୁ ମନ୍ଦିର ବହୁ ପୁରାତନ ମନ୍ଦିର ଅଟେ l ଏହି ମନ୍ଦିର ପାଇଁ ପରିଚାଳନା କମିଟି ନ ଥିବାରୁ ମନ୍ଦିର ରକ୍ଷଣାବେକ୍ଷଣ ଠିକ୍ ଭାବରେ ହୋଇ ପାରୁ ନ ଥିବା ବେଳେ କୌଣସି ପର୍ବପର୍ବାଣୀ ଠିକ୍ ଭାବରେ ପାଳିତ ହୋଇ ପାରୁ ନାହିଁ l ମନ୍ଦିର ବର୍ତ୍ତମାନ ସ୍ଥିତି ଠିକ୍ ନ ଥିବା ବେଳେ ଏହା ମୁରବିଶୁନ୍ୟ ହୋଇ ପଡ଼ି ରହିଛି l ଏଣୁ ମନ୍ଦିର ସଠିକ୍ ପରିଚାଳନା ସହ ରକ୍ଷଣାବେକ୍ଷଣ ପାଇଁ ଏକ କମିଟି ଗଠନ କରିବାକୁ ଅଞ୍ଚଳବାସୀ ଆଜି ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

error: Content is protected !!
Breaking News