ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ସହରାଞ୍ଚଳ ବନୀକରଣ ପରିଦର୍ଶନ

Spread the love

ମୋରଡ଼ : ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କ ମୟୂରଭଞ୍ଜ ଗସ୍ତ କରି ବିଭିନ୍ନ ବନୀକରଣ ପରିଦର୍ଶନ କରିଛନ୍ତି। ସେହି ପରି ଦେଉଳି ରେଞ୍ଜ ଅଧୀନ ଜମ୍ଭୀରା ବନ୍ଧ ପାଦଦେଶରେ ୩୫୦୦ ବୃକ୍ଷ ରୋପଣ ହୋଇଥିବା ସହରାଞ୍ଚଳ ବନୀକରଣକୁ ପରିଦର୍ଶନ କରିବା ସହିତ ବୃକ୍ଷ ରୋପଣ କରିଛନ୍ତି। ମନ୍ତ୍ରୀ ବନୀକରଣ ପରିଦର୍ଶନ କରି ବେଶ ଆନନ୍ଦିତ ହେବାସହ ପ୍ରଶଂସା କରୁଛନ୍ତି। ସମସ୍ତଙ୍କୁ ନିଜ ବାଡ଼ି ଏବଂ ପଡ଼ିଆ ପଡ଼ିଥିବା ଜମିରେ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ।ମନ୍ତ୍ରୀଙ୍କ ଗସ୍ତକୁ ନେଇ ବନବିଭାଗ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ଦେଖାଦେଇଥିଲା। ମନ୍ତ୍ରୀଙ୍କ ସମେତ ବାରିପଦା ବିଧାୟକ ପ୍ରକାଶ ସୋରେନ, ବିଜେପି ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ଆଞ୍ଚଳିକ ବନସଂରକ୍ଷକ ପ୍ରକାଶ ଚାନ୍ଦ ଗଗାନାନି, ବନ ଖଣ୍ଡ ଅଧିକାରୀ ଏ ଉମା ମୋହେସ, ସହକାରୀ ବନସଂରକ୍ଷକ ଅରୁଣ ବିଶ୍ଵାଳ, ରବିନାରାୟଣ ମହାନ୍ତି, ରେଞ୍ଜର ବିଦ୍ଧେଶ୍ୱର୍ ନାଏକ, ଫରେଷ୍ଟର ସୁଶାନ୍ତ ବାଗ, ଆଶିଷ ବେହେରା ,ସମାଜସେବୀ ଅନ୍ତର୍ଯ୍ୟାମୀ କାନୁନଗୋ ଓ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ।

error: Content is protected !!
Breaking News