Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, ‘ମନ୍ଥନ’ ନଜର"

ମନ୍ତ୍ରୀଙ୍କ କରକମଳରେ ଦୁଇ ପ୍ରକଳ୍ପର ଉଦଘାଟନ

Spread the love

ବୁଗୁଡ଼ା : ବୁଗୁଡ଼ା ବ୍ଳକ ଅନ୍ତର୍ଗତ ବିରଞ୍ଚିପୁର ପଞ୍ଚାୟତର କତକଲା ଗ୍ରାମରେ ମାନ୍ୟବର ମନ୍ତ୍ରୀଙ୍କ କରକମଳରେ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ ଅଗଷ୍ଟ ୨୬ ତାରିଖ ଦିନ ହୋଇଯାଇଛି। ସକାଳ ସମୟରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ କତକଲା ଗ୍ରାମର ଗ୍ରାମ ଶେଷରେ ଓଡ଼ିଶା ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ତରଫରୁ ନିର୍ମିତ କରାଯାଇଥିବା ଶତପ୍ରତିଶତ ଘରୋଇ ପାନୀୟ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ କରିଥିଲେ। ଏଥିସହ ଗ୍ରାମ ମଧ୍ୟରେ ବୁଗୁଡା ବନ ବିଭାଗର ବନ ସୁରକ୍ଷା ସମିତିର ନୂତନ ଗୃହକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକ ଉଦଘାଟନ କରିଥିଲେ। ଏହାସହିତ ଗ୍ରାମର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଅଭାବ ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା, ବ୍ଳକ ଉପାଧ୍ୟକ୍ଷ ମାନସ ରଂଜନ ପ୍ରଧାନ, ସୁଧାଂଶୁ ଶେଖର ପାଢ଼ୀ, ବୁଗୁଡ଼ା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ଜଳ ଯୋଗାଣ ଓ ପରିମଳ ବିଭାଗୀୟ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, କନିଷ୍ଠ ଯନ୍ତ୍ରୀ ଏ. ରାମା ରାଓ, ହରିହର ସାହୁ, ଗଙ୍ଗାଧର ନାୟକ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।

error: Content is protected !!
Breaking News