ପୋଲସରା : ସମାନ କାମକୁ ସମାନ ଦରମା ବୃଦ୍ଧି କରିବାକୁ ନେଇ ଗୁରୁବାର ଗଂଜାମ ଜିଲ୍ଲା ପୋଲସରା ଏନ୍. ଏ.ସିର ସମସ୍ତ କାର୍ଯ୍ୟରତ ସ୍ବଛସାଥି ଓ ସୁପରଭାଇଜର୍ ପକ୍ଷରୁ ମାନ୍ୟବର ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଭେଟି ଦରମା ବୃଦ୍ଧି ନେଇ ଦାବି ସଂମ୍ବଳିତ ପତ୍ର ପ୍ରଦାନ କରାଯାଇଛି । ଦିର୍ଘ ଦିନର ଦାବିକୁ ନେଇ ସେମାନଙ୍କ କହିବା ପ୍ରକାରେ ଦିର୍ଘ ୫ ବର୍ଷ ଧରି ପୋଲସରା ସହରର ୧୯ ଟି ଓ୍ବାଡରେ ନିରବିଛିନ୍ନ ଭାବେ ଉତ୍ତମ ସେବା ଯୋଗାଇ ଆସୁଛନ୍ତି । କୋଭିଡ଼ ଭଳି ମହାମାରୀ ସମୟରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନିଜ ଜୀବନ କୁ ବାଜି ଲଗାଇ ଲୋକଙ୍କ ପାଖରେ ପହଞ୍ଚି ଉତ୍ତମ ସମ୍ପର୍କ ଆଧାରରେ ସେବା ପ୍ରଦାନ କରିଛୁ । ତତ୍ ସହିତ ପୋଲସରା ସହରର ପରିବେଶ ଓ ପ୍ରଦୂଷଣର ନିୟନ୍ତ୍ରଣକୁ ନେଇ ପ୍ରତିଦିନ ସଫେଇ କାର୍ଯ୍ୟ ସଠିକ୍ ଭାବେ ନିର୍ବାହ କରି ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଉଛୁ । ଏପରିକି ଓଦା ଅଳିଆ ଓ ସୁଖିଲା ଅଳିଆ କିପରି ଅଲଗା ଅଲଗା ହେବ ସେନେଇ ଲୋକଙ୍କୁ ସଚେତନ କରିବା ସହିତ ଘରକୁ ଘର ଯାଇ ଟ୍ୟାକ୍ସ କଲେକ୍ସନ କରି ପୋଲସରା ଏନ୍. ଏ.ସି ଅଫିସ ରେ ଦାଖଲ କରି ସମ୍ପୂର୍ଣ୍ଣ ସହଯୋଗ କରୁଛୁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ସମ୍ବନ୍ଧୀୟ କାର୍ଯ୍ୟ ସ୍ବଛସାଥି କର୍ମୀ ଓ ସୁପରଭାଇଜର୍ ମାନେ ଅତି ଧର୍ଯ୍ୟର ସହ ତୁଲାଇ ଥାନ୍ତି । କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଏହିକି ଯେ , ସରକାର କାର୍ଯ୍ୟରତ ସ୍ବଛସାଥି ଓ ସୁପରଭାଇଜରଙ୍କ ଉଚ୍ଚିତ୍ ସେବାର ଉଚ୍ଚିତ୍ ପାରିଶ୍ରମିକ ମୂଲ୍ୟ ପ୍ରଦାନ କରାଯାଉ ନାହିଁ । ଯାହା ଦିର୍ଘ ୫ ବର୍ଷ ଧରି କାର୍ଯ୍ୟରତ ସ୍ବଛସାଥି କର୍ମୀ ମାନେ ମାସିକ ମାତ୍ର ୪ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସୁପରଭାଇଜର୍ ମାନଙ୍କୁ ମାସିକ ମାତ୍ର ୮ ହଜାର ଟଙ୍କା ପ୍ରଦାନ କରା ଯାଉଛି । ଯାହା ଆଜିକାଲିର ମହଙ୍ଗା ଦୁନିଆରେ ତେଲଲୁଣ ସଂସାର ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ । ଯାହା ଜୀବନ ଜୀବିକାକୁ ନେଇ ସମୂହ ସ୍ବଛସାଥି ଓ ସୁପରଭାଇଜର୍ କର୍ମୀ ମାନେ ବହୁ କଷ୍ଟ ଯନ୍ତ୍ରଣାରେ ଜୀବନ ଅତିବାହିତ କରୁଥିବା ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ଓ ସମସ୍ୟାକୁ ନେଇ ନିର୍ବାଚନ ପୂର୍ବରୁ ପୂର୍ବ ସରକାରଙ୍କ ନିକଟରେ ଦରମା ବୃଦ୍ଧି କରିବା ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ ସ୍ବଛସାଥି ସଂଘ । ଏପରିକି ସେତେବେଳେ ଆନ୍ଦୋଳନକୁ ବ୍ୟାପକ କରି ସମସ୍ତ ସ୍ବଛସାଥି ଓ ସୁପରଭାଇଜର୍ ମହିଳା ଏକାଠି ହୋଇ ଭୁବନେଶ୍ୱର ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରି ଆପତ୍ତି ଅଭିଯୋଗ ଜଣାଇଥିଲେ । ସେତେବେଳେ ସରକାର ସ୍ବଛସାଥି ମହିଳାଙ୍କ କାର୍ଯ୍ୟ ଦକ୍ଷତାକୁ ଦୃଷ୍ଟି ଦେଇ ଅର୍ବାନ ଡିପାର୍ଟମେଣ୍ଟ୍ ତରଫରୁ ସ୍ବଛସାଥି ଦରମା ବୃଦ୍ଧି ନିମନ୍ତେ ଏକ ସରକାରୀ ଚିଠି ନଂ ୫୯୯୩ ତା-୧୨.୦୩.୨୦୨୪ ରିଖ ଓ ସୁପରଭାଇଜର୍ ଙ୍କ ଦରମା ବୃଦ୍ଧି ନିମନ୍ତେ ମଧ୍ୟ ସରକାରୀ ଚିଠି ନଂ-୬୦୦୩ ସଂଖ୍ୟାରେ ସେହି ଗୋଟିଏ ତାରିଖରେ ଉଭୟଙ୍କ ଦରମା ବୃଦ୍ଧି କରିବା ପ୍ରସ୍ତାବରେ ସରକାରୀ ମୋହର ମାରିଥିଲେ । କିନ୍ତୁ ଏହି ପ୍ରତିଶ୍ରୁତି ଦେବାର ଆଜକୁ ପ୍ରାୟ ୪ ମାସ ବିତିବାକୁ ବସିଲାଣି । ହେଲେ ଉଭୟ ସ୍ବଛସାଥି ଓ ସୁପରଭାଇଜର୍ ମାନଙ୍କୁ ତାଙ୍କର ନୂତନ ଧାର୍ଯ୍ୟ ଅନୁଯାୟୀ ଦରମା ବୃଦ୍ଧି କରା ନଯାଇ ସେହି ପୁରୁଣା ଧାର୍ଯ୍ୟ ଦରାମା ପ୍ରଦାନ କରାଯାଉଛି । ଏନେଇ ମାନ୍ୟବର ମତ୍ସ୍ୟ ପଶୁସମ୍ପଦ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରି ସମାନ କାମକୁ ସମାନ ଦରମା ବୃଦ୍ଧି କରିବା କୁନେଇ ଏନ୍. ଏ.ସି ସୁପରଭାଇଜର୍ ଅର୍ପର୍ଣ୍ଣା ଆଚାରୀ , ସ୍ବଛସାଥି ବବିତା ବେହେରା, ପ୍ରମିଳା ପତି, ଗୀତାଞ୍ଜଳୀ ପ୍ରଧାନ, ନମିତା ସାହୁ , ମିନତୀ ଜେନା, ରିତାଞ୍ଜଳୀ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ