ମନୁସେନାର ପ୍ରତିଷ୍ଠା ଦିବସ ରେ ରକ୍ତଦାନ ଶିବିର

Spread the love

ପାତ୍ରପୁର : ପବିତ୍ର ଜନ୍ମାଷ୍ଟମୀ ଅବସରରେ ମନୁସେନା ର ଅଷ୍ଟମ ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି।ଚିକିଟି ନିର୍ବାଚନ ମଣ୍ଡଳୀରେ ଗଢି ଉଠିଥିବା ମନୁସେନା ତାର ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ପାଳନ କରିଛି ପ୍ରତିଷ୍ଠା ଦିବସ। ପାତ୍ରପୁର ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଥିବା ବଡବ୍ରହ୍ମାଣ ସାହି କୋଠଘରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୧୪୮ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଶିବିରକୁ ମନୁସେନା ର ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା ଉଦଘାଟନ କରିଥିବା ବେଳେ ବିଜେପି ଜିଲ୍ଲା ଉପ ସଭାପତି ୱାଈ ମୋହନ ରାଓ, ଉପାଧ୍ୟକ୍ଷ ଅନାଦି ଚରମ ପଣ୍ଡିତ, ଜିଲ୍ଲାପରିଷଦ ସଭ୍ୟ ଏମ. କାମରାଜୁ,ଭି.ଦେବିପ୍ରସାଦ ପ୍ରମୁଖ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ଗ୍ରାମର ଲୋକଙ୍କ ସହ ଅଞ୍ଚଳର ବହୁ ଲୋକ ଶିବିରରେ ସ୍ବେଛାକ୍ରୁତ ଭାବେ ରକ୍ତଦାନ କରିଥିଲେ । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ମନୁସେନାର ଶତାଧିକ କର୍ମୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

error: Content is protected !!
Breaking News