ପାତ୍ରପୁର : ପବିତ୍ର ଜନ୍ମାଷ୍ଟମୀ ଅବସରରେ ମନୁସେନା ର ଅଷ୍ଟମ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଚିକିଟି ନିର୍ବାଚନ ମଣ୍ଡଳୀରେ ଗଢି ଉଠିଥିବା ମନୁସେନା ତାର ପ୍ରତିଷ୍ଠା ଦିବସ ଅବସରରେ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରି ପାଳନ କରିଛି ପ୍ରତିଷ୍ଠା ଦିବସ। ପାତ୍ରପୁର ଗ୍ରାମରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଥିବା ବଡବ୍ରହ୍ମାଣ ସାହି କୋଠଘରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ରକ୍ତଦାନ ଶିବିରର ୧୪୮ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଶିବିରକୁ ମନୁସେନା ର ସମ୍ପାଦିକା ତଥା ବିଧାୟକ ଙ୍କ ସହଧର୍ମିଣୀ ମୀନା ଦ୍ୟାନ ସାମନ୍ତରା ଉଦଘାଟନ କରିଥିବା ବେଳେ ବିଜେପି ଜିଲ୍ଲା ଉପ ସଭାପତି ୱାଈ ମୋହନ ରାଓ, ବ୍ଳକ ଉପାଧ୍ୟକ୍ଷ ଅନାଦି ଚରମ ପଣ୍ଡିତ, ଜିଲ୍ଲାପରିଷଦ ସଭ୍ୟ ଏମ. କାମରାଜୁ,ବରଙ୍ଗ ସରପଞ୍ଚ ଭି.ଦେବିପ୍ରସାଦ, ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ, ରେଣୁକେଶ୍ଵର ରେଡି, କିରଣ ଅଧିକାରୀ,ମାଗତା ଅଧିକାରୀ,ଅଭିନବ ଦ୍ୟାନ ସାମନ୍ତରା, ପୂର୍ବତନ ଚିକିଟି ବ୍ଳକ ଅଧ୍ୟକ୍ଷ ନରସିଂହ ମୁର୍ତ୍ତି ପ୍ରମୁଖ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ ଶିବିରରେ ଗ୍ରାମର ଲୋକଙ୍କ ସହ ଅଞ୍ଚଳର ବହୁ ଲୋକ ଶିବିରରେ ସ୍ବେଛାକ୍ରୁତ ଭାବେ ରକ୍ତଦାନ କରିଥିଲେ । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉକ୍ତ ଶିବିରକୁ ପରିଚାଳନା କରିଥିଲେ । ମନୁସେନାର ଶତାଧିକ କର୍ମୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ