ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ବଡ଼ିଗେଟା ଅଞ୍ଚଳ ରେ ବିଏସଏଫ ଯବାନ ଙ୍କ କୁମ୍ବି ଅରେସନ ସମୟରେ ମାଓବାଦୀ ଡମ୍ପ ଠାବ ହୋଇଛି, ସେଥିରୁ ଟିଫିନ ବମ ବିପୁଳ ପରିମାଣର ବିସ୍ପୋରକ ଦ୍ରବ୍ୟ ଓ ମାଓସାମଗ୍ରୀ ଜବତ କରିଛନ୍ତି ଯବାନ। କାଲିମେଳା ଥାନା ବୋଡିଗେଟ୍ଟା ଠାରେ ୧୪୨ ବାଟାଲିୟନ ବିଏସଏଫ ଯବାନ ଙ୍କ ଦ୍ୱାରା ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା | ବେଜଙ୍ଗିୱାଡା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏହି ଅପରେସନ୍ ହୋଇଥିଲା। ଲକ୍ଷ୍ୟସ୍ଥଳରେ ପହଂଚିବା ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପରେ, ଅପରେସନ୍ ଟିମ୍ ତେଲାରାଇ ଗାଁର ବେଜାଙ୍ଗିୱାଡା ରିଜର୍ଭ ଜଙ୍ଗଲରେ ଥିବା ଗୁମ୍ଫା ଭିତରେ ଲୁଚି ରହିଥିବା ଏକ ମାଓବାଦୀ ଡମ୍ପର ଠାବ କରିଥିଲେ। ସେହି ଡମ୍ପ ମଧ୍ୟ ରେ ମାଓବାଦୀଙ୍କ ଲୁଚାଇ ରଖିଥିବା ୩କେଜି ଓଜନଲେଖା ୨ଟି ଟିଫିନ ବୋମା, ୬୨ଟି ଜେଲାଟିନ୍ ଷ୍ଟିକ୍ସ , ୧୨ଭୋଲ୍ଟ ର ବ୍ୟାଟେରୀ ୨ଟି, ୩୯ ଟି ମାଓବାଦୀ କ୍ୟାପ, ମାଓବାଦୀ ବ୍ୟାନର, ପୋଷ୍ଟର, ମାଓବାଦୀ ପାମ୍ପଲେଟ୍, ଇଲେକ୍ଟ୍ରିକ୍ ପ୍ଲଗ୍,ବିଭିନ୍ନ ପ୍ରକାର ମାଓବାଦୀ ସାମଗ୍ରୀ ଜବତ କରିଛନ୍ତି।
More Stories
ଆସିଲା ଆଜ୍ଞାମାଳ, ସ୍ଥାପନ ହେଲା ଶୁଭଖୁଣ୍ଟି, ଘୋଷଣା ହେଲା ଯାତ୍ରା ତାରିଖ
13.03.2025
ତାରିଖ ଗୁମର ଖଣ୍ଡନ କଲେ ବାପା ଦେଶୀବେହେରା