ମରାମତି ନାଁରେ ଭାଙ୍ଗି ଦେଲେ ସୁଇସ ଗେଟ

Spread the love

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପଲମ ଗ୍ରାମ ପଞ୍ଚାୟତ ଅଧିନସ୍ତ ସାଲେଭଟା ଭାଲୁଦର ଯୋର ରେ ନିର୍ମାଣ ହୋଇଥିବା ଚେକ ଡ୍ୟାମ ଠାରେ ମରାମତି ନାମରେ ସୁଇଚଗେଟ ସହିତ ଆଡିବନ୍ଧ କୁ ଭାଙ୍ଗି ଦେଇ ଗତ କିଛି ମାସ ହେବ ସେମିତ ହୋଇ ପଡିରହିଛି l ଯାହା କି ଏହି ଚେକ ଡ୍ୟାମ ପାଣି ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀ ମାନେ ପାଣି ପାଇଁ ବଞ୍ଚିତ ହେଉଛନ୍ତି l ସୁଇସଗେଟ ନ ଥିବା ହେତୁ ବର୍ଷା ପାଣି ଅହରହ ଚାଷ ଜମି କୁ ମାଡି ଆସୁଛି l ଫଳ ରେ ଧାନ କ୍ଷେତରେ ଦରକାର ରୁ ଅଧିକ ପାଣି ଭରିଯାଉଛି l ଠିକ ଭାବେ ଚାଷ ଔଷଧ,ସାର ଦେବା ହୋଇ ପାରୁନାହିଁ l ପାଣି କ୍ଷେତ କୁ ମଡ଼େବା ପାଇଁ ଗେଟ ଭାଙ୍ଗି ଦେଇଥିବରୁ,ଚାଷୀମାନେ ବାଲି ବସ୍ତା ଦେଇ ପାଣି ଅଟକାଇ ଚାଷ ହେଉଛି l ଯାହା କି ପ୍ରାୟ ପନ୍ଦର ବର୍ଷ ତଳେ ନିର୍ମାଣ କାର୍ଯ୍ୟ ହୋଇ ଆଜିକୁ ଦଶ ବର୍ଷ ହେବ ପାଣି ଯୋଗାଇ ଦେଇ ଚାଷ କାର୍ଯ୍ୟ ସମ୍ପୂର୍ଣ ଭାବେ ହୋଇ ଆସୁଥିଲା l ଏ ବର୍ଷ ଏହି ଚେକଡ୍ୟାମ ଟିକୁ ମରାମତି ନାଁ ରେ କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ସମ୍ପୂର୍ଣ୍ଣ ଭାବେ ଜଙ୍ଗଲ ବିଭାଗ ର ଅଭିଯୋଗ ହୋଇ କାର୍ଯ୍ୟ ଅଟକି ଯାଇଛି l ଠିକଦାର ଙ୍କ କହିବା ଅନୁସାରେ କାର୍ଯ୍ୟଟି ଠିକ ଭାବେ ଆଗେଇ ନେବା ବେଳେ ଜଙ୍ଗଲ ବିଭାଗ ର ଅଭିଯୋଗ ହେତୁ କାର୍ଯ୍ୟ ଟି ବନ୍ଦ କରିଥିବା ମତ ପ୍ରକାଶ କରିଥିଲେ l ସାଧାରଣ ରେ ପ୍ରଶ୍ନ ଉଠୁଛି କି ପନ୍ଦର ବର୍ଷ ର ନିର୍ମାଣ ସମ୍ପୂର୍ଣ୍ଣ ଡ୍ୟାମ ଟି ଯଦି ଏତେ ଦିନ ଧରି ଚେକ ଡ୍ୟାମ ଟି ନିର୍ମାଣ ହୋଇ ପାଣି ଚାଷ ଜମି କୁ ମଡ଼ାଇ ଚାଷ ହୋଇଥିବା ସ୍ୱତେ ବନ ବିଭାଗ ର ନଜର କୁ ଆସିନାହିଁ କିପରି l ଏହାର ମରାମତି ସାଙ୍ଗ କୁ ଚାଷ ଜମି ରେ ପାଣି ଯୋଗାଇ ଦେବା ପାଇଁ ଚାଷୀ ମହଲ ରେ ଯୋର ଦାବୀ ହେଉଛି l

error: Content is protected !!