ପାତ୍ରପୁର : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକ ମାନଙ୍କ ପାଇଁ ବହୁ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରୀ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ସୀମାନ୍ତ ପାତ୍ରପୁର ବ୍ଳକ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ପାତ୍ରପୁର ବ୍ଳକ ପାତ୍ରପୁର ଗ୍ରମର ଜଗଦିଶ ମନ୍ଦିରର ପଶ୍ଚିମ ପଟ ଦେଇ ଯାଇଥିବା ମଶାଣି ରାସ୍ତାଟି ପାତ୍ରପୁର ଗ୍ରାମର ପ୍ରାୟ ଦଶରୁ ପନ୍ଦରଟି ସାହିର ଲୋକ ସେହି ଗୋଟିଏ ମଶାଣି ରାସ୍ତା ଦେଇ ଶଵ ସତ୍କାର ପାଇଁ ସେହି ରାସ୍ତା ଦେଇ ନେଇଥାଆନ୍ତି।ହେଲେ ଶବ କାନ୍ଧେଇ ନେବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ପରିଲକ୍ଷିତ ହେଉଛି। କିନ୍ତୁ ପରିତାପର ବିଷୟ ପ୍ରତ୍ୟେକ ବର୍ଷ ମନରେଗା ରେ ସେହି ରାସ୍ତା କାମ ହୁଏ ହେଲେ ଯଥା ପୂର୍ବଂ ତଥା ପରଂ ନ୍ୟାୟ ରେ ରାସ୍ତା ଟି ଦୟନୀୟ ଅବସ୍ଥାରେ ରହିଛି । ତତସହିତ ପ୍ରତ୍ୟେକ ଦିନ ଗ୍ରାମର ଲୋକମାନେ ସେହି ରାସ୍ତା ଦେଇ ଗୋପାଳ ବନ୍ଧ ଗାଧୋଇବା ପାଇଁ ଯାଇଥାନ୍ତି ରାସ୍ତାଟି ଏତେ ଖରାପ ହୋଇପଡିଛି ଯେ କିଛି ମହିଳା ପଡି ଆହାତ ମଧ୍ୟ ଅନେକ ନଜିର ରହିଛି । ଏନେଇ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଏହି ରାସ୍ତାକୁ ନେଇ ବୁଦ୍ଧିଜୀବୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦେଖିବାକୁ ବାକି ରହିଲା କେବେ ଗୋପାଳ ବନ୍ଧ ଶ୍ଵଶାନ ରାସ୍ତା ଉପରେ ସ୍ଥାନିୟ ପ୍ରଶାସନ ର ଦ୍ରୁଷ୍ଟି ପଡିବ ଏବଂ ଲୋକଙ୍କ ସମସ୍ୟାର ସମାଧାନ ହେବ।
More Stories
ମେମ୍ବର ସିପ୍ ଡ୍ରାଇଭକୁ ନେଇ ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
6-10-2024
୧୪ ନମ୍ୱର ୱାର୍ଡ କର୍ପୋରେଟରଙ୍କ ଦଶହରା ଉପହାର ବଣ୍ଟନ