ମିଲନ ଦେବୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଉତ୍ସବ ପାଳିତ।

Spread the love

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଗୁହାଳଡିହା ମିଲନ ଦେବୀ ଶିଶୁ ମନ୍ଦିରରେ ୧୪ ତମ ମାତୃ ସମ୍ମିଳନୀ ଉତ୍ସବ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଅଛି। ମା ମାନେ ସଚେତନ ହେଲେ ଶିଶୁର ଭାବିଶ୍ଵତ ସୁନ୍ଦର ଭାଵରେ ଗଢ଼ିହେବ। ମା ମାନେ ଯଦି ସଚେତନ ରହିବେ ଦେଶ ଆଗେଇ ଯିବ ତେଣୁ ମା ମାନେ ସବୁ କ୍ଷେତ୍ରରେ ଆଗେଇ ଆସିବା ଦରକାର। ବର୍ତ୍ତମାନ ମା ମାନଙ୍କୁ ସବୁଖେତ୍ରରେ ଅଗ୍ରାଧିକାର ଦିଆଯାଉଛି। ସମୟ ପରିବର୍ତନ ହୋଇଛି ମା ଆଉ ଚୁଲି ମୁଣ୍ଡରେ ରହିନାହିଁ, ମା ବର୍ତ୍ତମାନ ଆଦର୍ଶ ଗୃହିଣୀ ହେବାସହ ଆଦର୍ଶ ସ୍ତ୍ରୀ, ଆଦର୍ଶ ମା ଟିଏ ହୋଇପାରିଛି। ସନ୍ତାନ ଲାଳନ ପାଳନରେ ମା ର ଭୂମିକା ବେଶ ଗୁରୁତ୍ତ୍ଵ ପୂର୍ଣ୍ଣ। ପ୍ରତ୍ୟେକ ସନ୍ତାନର ବ୍ୟବିଶ୍ୱତରେ ମା ର ଭୂମିକା ବେଶ ଗୁରୁତ୍ତ୍ୱପୂର୍ଣ ବୋଲି ମୟୂରଭଞ୍ଜ ଜିଲ୍ଳାର ଜିଲ୍ଲା ସଂଯୋଜକ ବିଦ୍ୟାଧର ମହାନ୍ତ ଉଦବୋଧନ ଦେଇଥିଲେ । ମିଲନ ଦେବୀ ଶିଶୁ ମନ୍ଦିର ବାରମାଇଲ ପ୍ରଧାନ ଆଚାର୍ଯ୍ୟl ଶ୍ରୀମତୀ ସୁକାନ୍ତି ଧଳ,ମିଲନ ଦେବୀ ଶିଶୁ ମନ୍ଦିର ମାଝିଆଣି ପ୍ରଧାନ ଆଚାର୍ଯ୍ୟl ଶ୍ରୀମତୀ ଡାଲରାଣୀ ମହାନ୍ତ,ଗୁହାଳଡିହା ମିଲନ ଦେବୀ ଶିଶୁ ମନ୍ଦିରର ସଭାପତି ସତ୍ରୂଜିଟ କାମୀଳା,ପ୍ରଧାନ ଆଚାର୍ଯ୍ୟl ଶ୍ରୀମତୀ ମିତାଲି ରଣା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମା ମାନଙ୍କ ସମ୍ମୁଖରେ ନିଜର ନିଜର ଅଭିଭାଷଣ ରଖିଥିଲେ। ବହୁ ସଂଖ୍ୟାରେ ମା ମାନେ ଯୋଗ ଦେଈ ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସମସ୍ତ ଗୁରୁଜି ଗରୁମା ଗୂରୁମା ଉପସ୍ଥିତ ରହି ସଭା କାର୍ଯ୍ୟକୁ ସହଯୋଗ କରିଥଲେ।

error: Content is protected !!
Breaking News