ବ୍ରହ୍ମପୁର ମହାନଗର ବିଜେଡିର ଜରୁରୀକାଳୀନ ବୈଠକ
- ମେମ୍ବର ସିପ୍ ଡ୍ରାଇଭ୍ ଦ୍ବାରା ସଭ୍ୟ ସଂଗ୍ରହ ଆରମ୍ଭ କରାଯିବ – ବିକ୍ରମ ପଣ୍ଡା
ବ୍ରହ୍ମପୁର, (ଅଭିଜିତ କର): ସ୍ଥାନୀୟ ଗଜପତି ନଗର ସ୍ଥିତ ପୂର୍ବତନ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ବାସ ଭବନ ଠାରେ ସୋମବାର ଏକ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ, ରାଜ୍ୟ ସମ୍ପାଦକ ସୁବାଷ ଚନ୍ଦ୍ର ମହାରଣା, ନଗର ସଭାପତି, ଜୋନ୍ ସଭାନେତ୍ରୀ ଶ୍ରୀମତୀ ମମତା ବିଷୋୟୀ, ଜିଲ୍ଲା ଉପ ସଭାପତି ଜଗନ୍ନାଥ ସାବତ, ଭଗବାନ ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ବ୍ରହ୍ମପୁର ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ନିମନ୍ତେ ସ୍ଥାନ ଏବଂ ସମୟ ନିର୍ଦ୍ଧାରଣ ନିମନ୍ତେ ଦଳର ବରିଷ୍ଠ ନେତା ତଥା ବିଭିନ୍ନ ପଦ ପଦବୀରେ ନିଯୁକ୍ତ ଥିବା କାର୍ଯ୍ୟକର୍ତ୍ତାଙ୍କୁ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ। ଏନେଇ ଆମ୍ବପୁଆ ସ୍ଥିତ ଏସ୍ ୩ ଲେନ କଲ୍ୟାଣ ମଣ୍ଡପରେ ଆସନ୍ତା ୯ ତାରିଖ ଦିନ ସକାଳ ୯ ଘଣ୍ଟା ୩୦ ମିନିଟ ସମୟ ଠାରୁ ମେମ୍ବର ସିପ୍ ଡ୍ରାଇଭ୍ ଦ୍ବାରା ସଭ୍ୟ ସଂଗ୍ରହ ଆରମ୍ଭ କରାଯିବ ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପଣ୍ଡା କହିଛନ୍ତି ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ନଗର ସଭାନେତ୍ରୀ ଡ଼ ସୋନାଲି ଗନ୍ତାୟତ, ଯୁବ ସଭାପତି ଅଜିତ ପଣ୍ଡା, ଛାତ୍ର ସଭାପତି ଶ୍ରୀ ଶୋଭନ ନାୟକ, କର୍ପୋରେଟର ସୁନୀତା ପଟ୍ଟନାୟକ, ପଦ୍ମିନୀ ମିଶ୍ର, ବି ପୁଷ୍ପବତୀ, ଆରତି ତନ୍ତି, ସମୀର କୁମାର ମିଶ୍ର, ଚିତ୍ରସେନ ମହାପାତ୍ର, ଟି କିଶୋର, ଜେ ଶ୍ରୀନିବାସ, ବିଷ୍ଣୁପ୍ରିୟା ସାହୁ, ସୂର୍ଯ୍ୟକାନ୍ତ ସୁବୁଦ୍ଧି, ଦଣ୍ଡପାଣି ନାୟକ, ଦୂର୍ଗା ଲାୟକ, ଅଶ୍ବିନୀ ପଟ୍ଟନାୟକ, କାଦାମ୍ବରୀ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ମହାପାତ୍ର, ଭିଷ୍ମାଚାର୍ଯ୍ୟ ଚୌଧୁରୀ, କମଳ ପାତ୍ର, ପ୍ରମୋଦ ମହାରଣା, ଶ୍ୱେତରେଖା ତ୍ରିପାଠୀ, ଉମା ମିଶ୍ରଙ୍କ ସମେତ ଅନ୍ୟ ବହୁ କର୍ପୋରେଟର ଗଣ ଓ ବିଜୁ ଯୁବ, ମହିଳା, ଏବଂ ବିଜୁ ପରିବାରର ବହୁ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ଥିଲେ।
More Stories
ଜନସ୍ବାସ୍ଥ୍ୟ ଯାନ୍ତ୍ରୀକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ଓ ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆକାଶ ଏଜୁକେସନସ୍ ଛାତ୍ରଛାତ୍ରୀଙ୍କ ଜେଇଇ ମେଇନ୍ସରେ ବ୍ରହ୍ମପୁର ଟପ୍ପର
ବିଜେଡି ଦଳ ପରିତ୍ୟାଗ କରି ବିଜେପିର ମିଶେଲେ ୨୬ଟି ପରିବାର