ଗୁଡାରି : ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଏମ:କେ:ରାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ଶିବିରକୁ ପଞ୍ଚାୟତ ସରପଞ୍ଚ ତ୍ରେୟାଗ୍ରାସ୍ମି ଶବରଙ୍କ ସଂଯୋଜନାରେ ଆୟୋଜିତ ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଡାରି ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ଶବର, ଜିଲ୍ଲା ପରିଷଦ ସଭ୍ୟ ପତି କ୍ରାସ୍କା, ସଂମ୍ମାନିତ ଅତିଥି ଭାବେ ଗୁଡାରି ବିଡ଼ିଓଙ୍କ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ସସ୍ମିତା ଶବର , ତହସିଲଦାର ଏ.ସ୍ନେହଲତା , ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଅନିତା ପାଣିଗ୍ରାହୀ, ଏ.ପି.ଓ ବିସ୍କେଶନ ଲିମା, ବି.ପି.ଏମ ମାନସ ରଞ୍ଜନ ବାରିକ, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରାରମ୍ଭ କରିଥିଲେ l
ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ ସମୁଦାୟ 124 ଟି ଅଭିଯୋଗ ଥିଲା l ଅଭିଯୋଗ ଗୁଡିକ ମଧ୍ୟରେ କୃଷି, ପାନୀୟ ଜଳ, ଆବାସ ଯୋଜନା, ରାସ୍ତାଘାଟ, ପରିମଳ, ବିଦ୍ୟୁତ ଉପରେ ଅଭିଯୋଗ ମାନ ଆସିଥିଲା l ଯେଉଁ ଅଭିଯୋଗ ଗୁଡିକ ଜିଲ୍ଲା ସ୍ତରୀୟ ସମାଧାନ ଦିଗରେ ତ୍ୱରାନ୍ୱିତ ହେବ ତାକୁ ଜିଲ୍ଳାପାଳ ମହୋଦୟଙ୍କଦୃଷ୍ଟି ଆକର୍ଷଣ କରିବାକୁ କହିଥିବା ବେଳେ ଯେଉଁ ଗୁଡିକ ବ୍ଲକ ସ୍ତରୀୟ ସମାଧାନ ହୋଇ ପାରିବ ତାହାର ତୁରନ୍ତ ସମାଧାନ ଯଥାଶୀଘ୍ର କରାଯିବ ବୋଲି ମତ ପ୍ରକାଶ କରିଥିଲେ l ଏହି ଜନ ଶୁଣାଣି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା l
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ