ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ମୋବାଇଲ ଫୋନ ଆଲୁଅରେ ରୋଗୀ ସେବା ଚାଲିଥିବା ଲକ୍ଷ୍ୟ କରାଯାଇଛି. ଦୈନନ୍ଦିନ ମୁଖ୍ୟ ଚିକିତ୍ସାଳୟରେ ନାନାଦି ସମସ୍ୟା ଉପୁଜୁଥିବା ବେଳେ ବିଦ୍ୟୁତ ବିଭ୍ରାଟ ନୂତନ ସମସ୍ୟା ସୃଷ୍ଟି କରିବା ସହ ଏନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି. ଅନ୍ୟ ଉପାୟ ନ ପାଇଁ ଡାକ୍ତର ଓ କର୍ମଚାରୀ ମୋବାଇଲ୍ ଫୋନ୍ ଆଲୁଅରେ ଚିକିତ୍ସା କରୁଥିବାର ଦେଖିବାକୁ ମିଳୁଛି । ସ୍ବାସ୍ଥ୍ୟସେବା ଏକ ଜରୁରୀ କାଳୀନ ସେବା। ଏଥିପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ଭିଭିଭୂମିକୁ ସୁଦୃଢ କରୁଛନ୍ତି। କିନ୍ତୁ ସ୍ଥାନୀୟ ସ୍ଥରରେ ଦାୟିତ୍ବରେ ରହୁଥିବା କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ରୋଗୀବହୁ ଅସୁବିଧାରସମ୍ମୁଖୀନ ହେବା ସହ ହନ୍ତସନ୍ତ ହେଉଛନ୍ତି । ତାର ଉଦାହରଣ ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଦେଖୁବାକୁ ମିଳିଛି । ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ବିଦ୍ୟୁତ ନ ଥିଲା I ଏଥିଯୋଗୁଁ ଡାକ୍ତରମୋବାଇଲ ଟର୍ଚ୍ଚ ଲାଇଟ୍ରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା |ଏହାସହ ଆଉଟ୍ ଡୋର୍ର ଅଧିକାଂଶ କକ୍ଷରେ ତାଲାପଡିଥିବା ବେଳେ ରୋଗୀ ଏବଂ ସମ୍ପର୍କୀୟ ହାତରେ ମୋବାଇଲ ଟର୍ଜଲାଇଟ ଧରି ବୁଲୁଥିବାର ଦେଖିବାକୁ ମିଳୁଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଧୀକ୍ଷକ ଡା. ପ୍ରମୋଦ କୁମାର ପାତ୍ର ଆମ ଗଜପତି ଜିଲ୍ଲା ପ୍ରତିନିଧି କୃଷ୍ଣ କୁମାର ବେହେରା ପଚାରିବାରେ କହିଛନ୍ତି ଯେ, ଘଟଣା ନେଇ ମୋ ପାଖରେ କୌଣସି ଖବର ପହଞ୍ଚି ନାହିଁ. ତଥାପି ଏନେଇ ମୁଁ ଅନୁଧ୍ୟାନ କରିବା ସହ ଏଭଳି ଅବ୍ୟବସ୍ଥା ନ ଘଟେ ସେ ନେଇ ବିହିତ ପଦକ୍ଷେପ ଗ୍ରହଣ କରିବି.
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ