ମୋହନ ସରକାର ନିର୍ବାଚନ ଇସ୍ତାହାର ଭୁଲି ଯାଇଛନ୍ତି । ବିଜେପି ସରକାରର କଥା ଗୋଟିଏ କାମ ଅଲଗା। ଲୋକଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଲଲିପପ ଦେଖାଉଛନ୍ତି । ଏହିଭଳି ଅଭିଯୋଗ କରି ମୋହନ ସରକାର ଉପରେ ବର୍ଷିଛି ବିଜେଡି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ମଙ୍ଗଳବାର ଦିନ ବିଜେଡି ପକ୍ଷରୁ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କୁ ଉଦେଶ୍ୟରେ ପ୍ରଦାନ କରାଯାଇଛି । ପୂର୍ବତନ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଓ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବିର ଜଗନ୍ନାଥପୁର ଶାସନ ସ୍ଥିତ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମନ୍ଦିର ଠାରୁ ବାହାରି ବ୍ଲକ କାର୍ଯ୍ୟାଳୟ ଠାରେ ପହଂଚି ଥିଲେ । ସେଠାରେ ବିଜେଡି ନେତା ମାନେ ବିଜେପି ଏକ ଯୁମୁଲା ସରକାର ଓ ଦୋମୁହାଁ ସରକାର କହି ରାଜ୍ୟ ସରକାର କୁ ବର୍ଷି ଥିଲେ। ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବିଡ଼ିଓ ପ୍ରଜ୍ଞାପ୍ରିୟଦର୍ଶିନୀଙ୍କୁ ପ୍ରଦାନ କରିଥିଲେ । ସମସ୍ତ ବର୍ଗ ର ହିତାଧିକାରୀ ଙ୍କୁ 3 ହଜାର ଟଙ୍କା ଭତ୍ତା ପ୍ରଦାନ ପାଇଁ ଦାବିପତ୍ର ରେ ଉଲେଖ ରହିଛି ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ, ବ୍ଲକ ଅଧକ୍ଷା ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା ମଧୁମିତା ସାହୁ, ସରପଞ୍ଚ ଶିବ ଶଙ୍କର ବାରିକ, ସନ୍ତୋଷ କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ପରିଡା, ଦଣ୍ଡୁ ପ୍ରଧାନଙ୍କ ସମେତ ଅନେକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ