ବାରିପଦା : ବାରିପଦା ଭାଗବତପୁର ସ୍ଥିତ କନ୍ୟାଶ୍ରମରେ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ୧୯୯୦-୯୫ ବ୍ୟାଚ ଛାତ୍ର ସଂଗଠନ ଆନୁକୂଲ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି. ଶିବିରରେ ସମସ୍ତ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା. ଏହି ଅବସର ରେ ଭେଷଜ ବିଶେଷଜ୍ଞ ଡା. ପାର୍ଥସାରଥୀ ମହାନ୍ତି, ଶିଶୁ ରୋଗ ବିଶେଷଜ୍ଞ ଡା. ସତ୍ୟରଞ୍ଜନ ବେହେରା ଏବଂ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡା. ସୁଯୋଗ କୁମାର ନାଏକ ପ୍ରମୁଖ ଯୋଗଦେଇ ଅନ୍ତେବାସୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ବଣ୍ଟନ କରିଥିଲେ. କନ୍ୟାଶ୍ରମର ଭାସ୍ଵତୀ ବାରିକ ଓ ଅନ୍ୟ କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ. ସଂଗଠନର ଏଭଳି ମହତ କାର୍ଯ୍ୟ ପାଇଁ ସବୁ ମହଲରୁ ପ୍ରଶଂସା କରାଯାଇଛି.
More Stories
୧୩୦ ବର୍ଷର ପ୍ରସିଦ୍ଧ ରଥ ଜେନା ସାହିର ଶ୍ରୀ ଶ୍ରୀ ବୀର ଲକ୍ଷ୍ମଣ ରଥର ଶୁଭ ଉନ୍ମୋଚନ
ମାଁ ଙ୍କ ଘଟ ପରିକ୍ରମାରେ ମାନବିକତା ଭୁଲି ଯାଉଛନ୍ତି ପୁଲିସ ଅଧିକାରୀ ଓ କର୍ମଚାରୀ
ଭରସୀ ପାରିଲେନି କି ମନ୍ତ୍ରୀ, ବାଜି ମାରିଲେ ପୁରୁଣା ନେତା