ସମୁଦ୍ର ମଧ୍ୟରେ ବୁଡ଼ି ଯାଉଥିବା ଜାହାଜ ରୁ ୧୧ଟି ମୂଲ୍ୟବାନ ଜୀବନ ବଞ୍ଚାଇଲେ ଭାରତୀୟ ତଟରକ୍ଷୀ ବାହିନୀ

Spread the love

ବଞ୍ଚିଗଲା ୧୧ଟି ମୂଲ୍ୟବାନ ଜୀବନ, ବଞ୍ଚାଇଲେ ଭାରତୀୟ ତଟରକ୍ଷୀ ବାହିନୀ, ଯେଉଁଥିରେ ଜଳପଥ ଓ ଅକାଶପଥ ରେ ତଟରକ୍ଷୀ ବାହିନୀ ଙ୍କୁ ଏହି ଜୀବନ ବଞ୍ଚାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡିଥିଲା । ଘଟଣାଟି ଘଟି ଯାଇଛି ସାଗର ଦ୍ଵୀପରୁ ଦକ୍ଷିଣରେ ସମୁଦ୍ର ମଧ୍ୟରେ ୯୦ ନଟିକାଲ ମାଇଲ ଦୂରରେ। କୋଲକାତାରୁ ପୋର୍ଟବ୍ଲେୟର ଅଭିମୁଖେ ଯାଉଥ‌ିବା ଏମଭି ଆଇଟିଟି ପୁମା ନାମକ ଜାହାଜ ମଝି ସମୁଦ୍ରରେ କୌଣସି କାରଣରୁ ଗତ କାଲି ରାତିରେ ବୁଡ଼ି ଯାଇଥିଲା । ଜାହାଜରେ ୧୪ ଜଣ ମେମ୍ବର ରହିଯାଇଥିଲେ ଏନେଇ ଜାହାଜରୁ କୌଣସି ମତେ ଭାରତୀୟ ତଟରକ୍ଷୀ ବାହିନୀ କୁ ଖବର ଦିଆଯାଇଥିଲା । ତେବେ ସଙ୍ଗେ ସଙ୍ଗେ ଚିନ୍ନାଇ ରୁ ଆସିଥିବା ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ସାରଙ୍ଗ ଯାହାର ଲମ୍ବ ୧୦୫ ମିଟର ଓ ଅମୋଘ ସମେତ ଏକ ସିଜି ଡୋର୍ନିଅର୍ ହେଲିକପ୍ଟର ଘଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ହୋଇଥିବାରୁ ଭାରତୀୟ ତଟରକ୍ଷୀ ବାହିନୀର ଯବାନମାନେ ଅଶାନ୍ତ ସମୁଦ୍ର ମଧ୍ୟରେ ଅକ୍ଳାନ୍ତ ପରିଶ୍ରମ କରି ୧୧ଜଣ କର୍ମଚାରୀ ଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ବେଳେ ବାକି ୩ ଜଣ ନିଖୋଜ ଥିବାରୁ ଖୋଜା ଖୋଜି ଚାଲିଛି | ଉଦ୍ଧାର କରାଯାଇଥିବା ୧୧ ଜଣ କର୍ମଚାରୀ ମାନଙ୍କୁ ଚିକିତ୍ସା କରାଯାଇ ମଙ୍ଗଳବାର ଦିନ କୋଷ୍ଟଗାର୍ଡ ର ଆମ୍ବୁଲାନ୍ସ ଗାଡ଼ିରେ ପାରାଦୀପ କୋଷ୍ଟଗାର୍ଡ଼ ହେଡ୍ କ୍ଵାର୍ଟର୍ କୁ ଆଣିଥିଲେ । ଜାହାଜର ଚିଫ ଇଞ୍ଜିନିୟର ଶ୍ରୀ ଦିବାକର ସାହୁ କହିବା କଥା ଜାହାଜଟି କଲିକତା ପୋର୍ଟ ରୁ କନଷ୍ଟ୍ରକ୍ସନ କାମରେ ବ୍ୟବହାର ହେଉଥିବା ଷ୍ଟିଲ ସାମଗ୍ରୀ ନେଇ ପୋର୍ଟ ବ୍ଲେୟର ଅଭି ମୁଖେ ଯାଉଥିବା ସମୟରେ ଜାହାଜରେ ଗୋଟେ ବଡ଼ କଣା ହୋଇ ଯାଇଥିଲା | ସେଇ କଣା ବାଟେ ଜାହାଜ ଭିତରକୁ ପାଣି ପବେଶ କରିବା ଦେଖି ପାଣିକୁ ବନ୍ଦ କରିବାକୁ କର୍ମଚାରୀ ମାନେ ଚେଷ୍ଟା କରି ସଫଳ ନ ହେବାରୁ ଜାହାଜର କ୍ୟାପଟେନ ଜାହାଜ ସୁରକ୍ଷିତ ନାହିଁ ବୋଲି ଘୋଷଣା କରିଥିଲେ | ଏହି ଘଟଣା ସନ୍ଧ୍ୟା ୪ ଟା ରେ ଘଟି ଥିଲାବେଳେ ଚିନ୍ନାଇ ରୁ ଭାରତୀୟ ତଟରଖି ବାହିନୀ ର ସାରଙ୍ଗ ଜାହାଜ ଉଦ୍ଧାର କରି ଥିଲାବେଳେ ଅନ୍ୟ ଏକ ଜାହାଜ ଆମୋଘ ରାତି ୧. ୩୦ ରେ ତଟରଖି ବାହିନୀର ଯବାନ ମାନେ ଜୀବନକୁ ବାଜି ଲଗାଇ ୧୧ ଜଣଙ୍କୁ ଉଦ୍ଧାର କରି ଥିଲେ | ଏମାନେ ସମସ୍ତେ ସୁସ୍ଥ ଥିବା ଜଣା ପଡିଛି ଏବଂ ଜାହାଜର ମାଲିକ ଆଟି ପରଭେଜ ପାରାଦ୍ୱୀପ ରେ ଆସି ପହଞ୍ଚି ଛନ୍ତି ବୋଲି ଜଣା ପଡିଛି | ଉଦ୍ଧାର ହୋଇଥିବା ଜାହାଜର କର୍ମଚାରୀ ମାନେ ଭାରତୀୟ ତଟରକ୍ଷୀ ବାହିନୀ କୁ ଭୂୟସୀ ପ୍ରଶଂସା କରିଥିଲାବେଳେ ବିଭିନ୍ନ ମହଲରୁ ଭାରତୀୟ ତଟରଖି ବାହିନୀ କୁ ସାଧୁବାଦ ଜଣାଇଛନ୍ତି |

error: Content is protected !!