କୋରାପୁଟ : ୨୦୨୨ ମସିହାରେ କୋଟପାଡ ଥାନା ଅଞ୍ଚଳରେ ଘଟିଥିବା ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବିଚାର କରି ୧୨ ଜଣ ସାକ୍ଷୀଙ୍କ ସାକ୍ଷ ପ୍ରମାଣ ଓ ୧୩ ଟି ଦସ୍ତାବିଜ କୁ ଭିତ୍ତି କରି ଆଜି ମାନ୍ୟବର ଜୟପୁର ସ୍ବତନ୍ତ୍ର ପୋସ୍କୋ କୋର୍ଟ କଲୋନୀ ୭ କୋଟପାଡ ର ୩୩ ବର୍ଷିୟ ହରିବନ୍ଧୁ କରଲିଆକୁ ଭାରତୀୟ ପିଙ୍ଗଳ କୋଡର ଧାରା ୩୬୬,୩୭୬(୨)(ଏ) ୩୭୬(୩) ଏବଂ ପୋସ୍କୋ ଆଇନ ର ଧାରା ୪(୨) ଏବଂ ୬ ରେ ଦୋଷୀ ସାବ୍ୟସ୍ତ କରି ପୋସ୍କୋ ଆଇନର ଧାରା ୪(୨)ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ପୋସ୍କୋ ଆଇନର ଧାରା ୬ ରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଓ ଆଇପିସିର ଧାରା ୩୬୬ ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି।
ଜୋରିମାନା ଅନାଦେୟ ଦୋଷୀକୁ ଅଧିକା ଏକ ବର୍ଷ ତିନି ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଦର୍ଶାଇଛନ୍ତି ମାନ୍ୟବର ଅଦାଲତ। ସମସ୍ତ ଦଣ୍ଡ ଏକା ସହିତ ଚାଲିବ। ଦୋଷୀଙ୍କ ଠାରୁ ଆଦାୟ ଜୋରିମାନା ୫୦ ହଜାର ଟଙ୍କା ଏବଂ ସରକାରଙ୍କ ପକ୍ଷରୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ମାଧ୍ୟମରେ ପିଡୀତା ଙ୍କୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ଅଦାଲତ। ସୁଚନା ଯୋଗ୍ୟ ଯେ ୧୦-୦୨-୨୦୨୨ ମସିହା ରେ ପୀଡ଼ିତା ନାବାଳିକା ଜଣକ କାମକୁ ଯାଇ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି କୋଟପାଡ଼ ଥାନାରେ ଏତଲା ଦେଇଥିଲେ। ଏତଲା ଦେବାପରେ କୋଟପାଡ଼ ଥାନାର ତତ୍କାଳୀନ ଆଇଆଇସି ଶେଷଦେବ ବେହେରା ମାମଲାର ତଦନ୍ତକରୀ ପିଡୀତା ଙ୍କୁ ହରିବନ୍ଧୁ କରଲିଆର ସମ୍ପର୍କିୟ ଘରରୁ ଉଦ୍ଧାର କରିଥିଲେ। ଉଦ୍ଧାର ହେବାପରେ ପିଡୀତା ତାଙ୍କ ବୟାନରେ କହିଥିଲେ ଯେ ମଣ୍ଡି ଗାଁ ର ମଣ୍ଡି ଯାତ୍ରା ଦେଖିବାକୁ କହି ପିଡୀତା ଙ୍କୁ ହରିବନ୍ଧୁ ସାଙ୍ଗରେ ନେଇ ତାର ସମ୍ପର୍କିତ ଘରେ ରଖି ବାହା ହେବି କହି ଏକ ମାସ ପର୍ଯ୍ୟନ୍ତ ଜବରଦସ୍ତି ଦୁଷ୍କର୍ମ କରିଥିଲା ଫଳରେ ପିଡୀତା ଗର୍ଭବତୀ ହୋଇଥିଲା। ଉକ୍ତ ମାମଲାରେ ସରକରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ଡ଼. ଗାୟତ୍ରୀ ଦେବୀ ପରିଚାଳନା କରିଥିଲେ।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ