ନାବାଳିକା ବଳତ୍କାର ଉଦ୍ୟମ, ତନାଘନା ଜୋର

Spread the love

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନିକଟ କନ୍ୟାଶ୍ରମ ଆବାସିକ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ନିବାସରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ଶିକ୍ଷକ ଦୀପକ ନାୟକଙ୍କୁ ଅଦାଲତ ଚାଲାଣ କରାଯାଇଛି। ପରେ ତାଙ୍କୁ ଜେଲ ହାଜତ କୁ ପଠାଇଦିଆଯାଇଛି । ଏଥିସହ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉକ୍ତ ଘଟଣାକୁ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦେଶ ଦେବାପରେ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ମାନେ ବିଦ୍ୟାଳୟରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ। ଛାତ୍ରୀ ନିବାସ ଦାୟିତ୍ୱରେ ଥିବା ମେଟ୍ରୋନ ସୁନିତା ମହାକୁଡଙ୍କୁ ଚାକିରିରୁ ଵହିସ୍କୃତ କରାଯାଇଛି।

ଶିକ୍ଷକ ଶ୍ରୀ ନାୟକ ଏବଂ ସହକାରୀ ସୁପାରିଟେଣ୍ଡେଣ୍ଟ ସଭାପତି ନାୟକ ଙ୍କୁ ନିଲମ୍ବନ କରାଯାଇଛି। ପ୍ରଧାନଶିକ୍ଷୟତ୍ରୀ ବନାନୀ ମହାପାତ୍ର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା ପଡିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା ସୂଚନା ଦେଇଛନ୍ତି। ଗତ ଗୁରୁବାର ରାତିରେ ଉକ୍ତ ଛାତ୍ରୀ ନିବାସର ଜଣେ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଶିକ୍ଷକ ଶ୍ରୀ ନାୟକ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପରେ ବିଦ୍ୟାଳୟ କତୃପକ୍ଷ ଓ ଛାତ୍ରୀ ପରିବାର ପକ୍ଷରୁ କାଲିମେଳା ଥାନାରେ ଦୁଇଟି ଏତଲା ଦିଆଯାଇଥିଲା। ଥାନା ଅଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡି ତଦନ୍ତ କରୁଛନ୍ତି।

error: Content is protected !!
Breaking News