ଭାପୁର : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷା ନିର୍ବାଚନ ଆଜି ଶେଷ ହୋଇଛି। ପୁଣିଥରେ ବିଜେଡ଼ି ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ଅଧ୍ୟକ୍ଷା ଭାବରେ ବିଜୟ ଲାଭ କରିଛନ୍ତି। ଆଜି ସକାଳୁ ଭାପୁର ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନେତୃତ୍ୱରେ ୧୬ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସଭ୍ୟା ମାନେ ପ୍ରଥମେ ଫତେଗଡ଼ସ୍ଥିତ ଭବ୍ୟ ଶ୍ରୀରାମ ମନ୍ଦିରକୁ ଯାଇ ମର୍ଯ୍ୟାଦା ପୁରୁଷ ପ୍ରଭୂ ଶ୍ରୀରାମ ଚନ୍ଦ୍ରଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ଏହାପରେ ଦିନ ୧୦ଟା ସମୟରେ ସମସ୍ତ ଜନପ୍ରତିନିଧି ପଞ୍ଚାୟତ ସମିତି କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରିଥିଲେ। ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷଙ୍କ ନିର୍ବାଚନୀ ଆୟୋଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧାନଚାଙ୍ଗଡ଼ା ପଞ୍ଚାୟତ ସମିତି ସଭ୍ୟା ଶ୍ରୀମତୀ ସାବିତ୍ରୀ ପ୍ରଧାନ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅପରପକ୍ଷରେ ପକ୍ଷରୁ କେହି ପ୍ରାର୍ଥୀ ଦାଖଲ କରିନଥିଲେ ଫଳରେ ସାବିତ୍ରୀ ପ୍ରଧାନ ଅପ୍ରତିଦ୍ବନ୍ଦି ଭାବରେ ବିଜୟ ଲାଭ କରିଥିବା ନେଇ ନିର୍ବାଚନ ଦାୟିତ୍ୱ ରେ ଥିବା ବିଡିଓ ଅଙ୍କୁର ଅଭିଳାଷ ଘୋଷଣା କରିଥିଲେ। ଏନେଇ ସମଗ୍ର ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ନେତା, କର୍ମୀ ଓ ନବୀନ ପ୍ରେମୀମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା। ଏହି ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଆରକ୍ଷି ଅଧିକ୍ଷକ ରାହୁଲ ଜୈନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଡିପିଓ ବିମଳ କୁମାର ବାରିକ, ଖଣ୍ଡପଡ଼ା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଫତେଗଡ଼ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା,ବିଟ୍ ହାଉସ ଅଧିକାରୀ ସଞ୍ଜୟ କୁମାର ପରିଡା, ଏସଆଇ ଅରୁପାନ୍ଦ ନାୟକ , ଭାପୁର ବିଡିଓ ରଣଜିତ କୁମାର ମଲିକ, ତହସିଲଦାର ଅର୍ଜୁନ ପ୍ରଧାନ ପ୍ରମୁଖ ସୁରକ୍ଷା ନିମନ୍ତେ ସମସ୍ତ ପ୍ରକାରର ପ୍ରସ୍ତୁତିକୁ କଡାକଡ଼ି କରିଥିଲେ। ଭାପୁର ବଜାର ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୧୪୪ଧାରା ବଲବତ୍ତର ରହିବ। ସୂଚନା ଅନୁଯାୟୀ ଭାପୁର ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ ଗତ ବିଧାନସଭା ନିର୍ବାଚନରେ ବିଜେଡ଼ି ଟିକେଟରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହେବା ପରେ ସେ ବିଧିବଦ୍ଧ ଭାବେ ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଥିଲେ, ତେଣୁ ଭାପୁର ବ୍ଲକ ଅଧ୍ୟକ୍ଷା ପଦବୀଟି ଖାଲି ପଡିଥିଲା।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ