ପୋଲସରା : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀ ନିଜର ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ। ହେଲେ ଚିରିକିପଡା ଶାସନ ଗ୍ରାମରେ ନିଆରା ଢଙ୍ଗରେ ପାଳନ ହୋଇଛି ରକ୍ଷା ବନ୍ଧନ ଉତ୍ସବ। ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ସମେତ ପରିବେଶ ବୈଜ୍ଞାନିକ ବୃକ୍ଷ ରୋପଣ ପାଇଁ ଗୁରୁତ୍ୱ ଦେଇଛନ୍ତି। ସେମାନେ ପ୍ରକାଶ କରିଛନ୍ତି ଯେ ବୃକ୍ଷ ବଞ୍ଚିଲେ ବିଶ୍ୱ ବଞ୍ଚିବ, ନତୁବା ବିଶ୍ୱ ଧ୍ୱଂସ ପାଇଁ ଜୀବ ଜଗତ ଲୋପ ପାଇବ। ବୃକ୍ଷ ପ୍ରାଣୀ ଜଗତକୁ ଜୀବନ ବାୟୁ ଅମ୍ଳଜାନ ଯୋଗାଉଅଛି। ବୃକ୍ଷଟିଏ ତାର ଜୀବନ କାଳ ମଧ୍ୟରେ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ଅମ୍ଳଜାନ ପ୍ରାଣୀମାନଙ୍କୁ ଯୋଗାଇଥାଏ। ଏଥିସହ ବୃକ୍ଷ ଯୋଗୁଁ ବର୍ଷା ହେବା ସହ ଆମକୁ ଖାଦ୍ୟ, ବସ୍ତ୍ର, ଔଷଧ ପ୍ରଭୁତି ଯୋଗାଇଥାଏ। ଏହିସବୁ କାରଣ ଯୋଗୁଁ ଚିରିକିପଡା ଶାସନ ଗ୍ରାମର କୁନି କୁନି ଝିଅମାନଙ୍କ ସହିତ ଗ୍ରାମର କେତେକ ଲୋକଙ୍କ ପକ୍ଷରୁ ଏକ କଦମ୍ବ ବୃକ୍ଷରେ ରାକ୍ଷୀ ବାନ୍ଧି ରାକ୍ଷୀ ପୂର୍ଣ୍ଣିମା ପାଳନ କରିଥିଲେ। ସମସ୍ତଙ୍କ ନିକଟରେ ପରିଚିତ ଚିରିକିପଡା ଶାସନ ଗ୍ରାମର ଯାଦୁକର ଜିତେନ୍ଦ୍ର କୁମାର ସାହୁଙ୍କ ସହଯୋଗରେ ଗ୍ରାମର ଭଉଣୀ ବୃନ୍ଦ “ଗଛ ପାଇଁ ରାକ୍ଷୀ ଟିଏ” କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଗଛରେ ରାକ୍ଷୀ ବାନ୍ଧି ସମସ୍ତେ ଶପଥ ନେଇଥିଲେ ଯେ ସେମାନେ ଗଛକୁ ସୁରକ୍ଷା ଦେବେ। ଏହି କାର୍ଯ୍ୟକ୍ରମ ରେ ଗ୍ରାମର ପ୍ରଦୀପ କୁମାର ସାହୁ, କାର୍ତ୍ତିକ ସାହୁ ଓ ଗ୍ରାମର କିଛି ଭାଇ ଓ ଭଉଣୀ ମାନେ ମଧ୍ୟ ଯୋଗ ଦେଇ କୁନି କୁନି ଭଉଣୀମାନଙ୍କୁ ଉତ୍ସାହିତ କରିଥିଲେ।
More Stories
ବିଧାୟକଙ୍କ ଅନୁଦାନରେ କମ୍ୟୁନିଟି ହଲ ନିର୍ମାଣ ପାଇଁ ଭୂମି ପୂଜନ
ତାରାଦେବୀଙ୍କ ଯାତ୍ରାର ପଞ୍ଚମୁଖ ହନୁମାନ କଳାକୁଞ୍ଜର ଭସାଣି ଶୋଭାଯାତ୍ରା
ୱାର୍ଡବାସୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଆଧାର କେନ୍ଦ୍ର ବ୍ୟବସ୍ଥା କଲେ ଧିରେଶ