କୁକୁଡାଖଣ୍ଡି, : କୁକୁଡାଖଣ୍ଡି ବ୍ଲକ ଭଗବାନପୁର ଜଙ୍ଗଲ ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ନିଆରା ଢଙ୍ଗରେ ଶ୍ରୀ ଗଣେଷ ପୂଜା ପାଳନ କରାଯାଇଛି l ସଦସ୍ୟ ମାନେ ଏକ ନିମ୍ୱ ବୃକ୍ଷକୁ ଗଣେଷ ଭାବେ ସଜାଇ ପୂଜା କରିଛନ୍ତି l ଏଥିରେ କୌଣସି ଭାବେ ପ୍ରକୃତିକୁ ଦୂଷିତ କଲା ଭଳି ଉପାଦାନ ବ୍ୟବହାର କରାଯାଇନାହିଁ l ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ କହିବା ଅନୁସାରେ ଆମ ପୂର୍ବଜ ପ୍ରକୃତି ଯଥା ବୃକ୍ଷ,ମାଟି, ଆକାଶ, ନଦୀ ଓ ସମୁଦ୍ରକୁ ଦେବତା ଭାବେ ପୂଜା କରୁଥିଲେ ଧୀରେ ଧୀରେ ଆମେ ପ୍ରକୃତି ଉପାସନା ରୁ ଦୁରେଇ ରାସାୟନିକ ରଙ୍ଗ ବୋଳା ମୂର୍ତ୍ତି ବର୍ତମାନ ବହୁଳ ଭାବରେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ପୂଜା କଲେ ଯାହାର ବିସର୍ଜନ ଦ୍ୱାରା ପୋଖରୀ, ନଦୀ, ସମୁଦ୍ର ଓ ମୂର୍ତ୍ତିକା ପ୍ରଦୂଷିତ ହେବାରେ ଲାଗିଛି l ଏଭଳି ବୃକ୍ଷ ରୂପୀ ଗଣେଷ ପୂଜା ମାଧ୍ୟମରେ ଆମେ ପ୍ରକୃତିକୁ ବଞ୍ଚାଇବା ସହ ବୃକ୍ଷର ସୁରକ୍ଷା ମଧ୍ୟ କରିପାରିବା l ଆଜିର କାର୍ଯ୍ୟକ୍ରମରେ ସମ୍ପାଦକ ବିଜେନ୍ଦ୍ର ମାଝୀ, ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ରାକେଶ ବିଶୋଇ, ବନମାଳୀ ପ୍ରଧାନ,ଧର୍ମରାଜ ପାତ୍ର,ପୁରୁଷୋତ୍ତମ ସ୍ୱାଇଁ, ରଞ୍ଜନ ବେହେରା, ରବୀନ୍ଦ୍ର ସାହାଣୀ, ପି. ବିନୋଦ, ଜିତେନ୍ଦ୍ର ପଣ୍ଡା,ସରୋଜ ପାତ୍ର, ଶ୍ରୀକାନ୍ତ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ
More Stories
25-01-2025
ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆଙ୍କ ନୂଆପଡ଼ା ଗସ୍ତ
13.01.2025