ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗଡ଼ଗୋବିନ୍ଦପୁର ଗ୍ରାମର ବଡ଼ବନ୍ଧ ପୋଖରୀ ରୁ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ ଟାରେ ଜଣେ ଯୁବକ ଙ୍କ ମୃତଦେହ କୁ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଗଡ଼ଗୋବିନ୍ଦପୁର ଗ୍ରାମ ନୂଆସାହି କଲୋନୀ ର ବଳରାମ ପ୍ରଧାନ।ସେ ସୋମବାର ସନ୍ଧ୍ୟା ପ୍ରାୟ ୫ ଟାରେ ପୋଖରୀ କୁ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ର ଗଭୀର ପାଣି ଭିତରକୁ ଚାଲିଯାଇଥିଲେ। ପୋଖରୀ ମଧ୍ୟରେ ବଳରାମ ନିଖୋଜ ସମ୍ପର୍କରେ ଗ୍ରାମବାସୀ ଙ୍କ ଠାରୁ ଖବର ପାଇବାପରେ ଚିକିଟି ଦମକଳ ବାହିନୀ ଓ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ସନ୍ଧ୍ୟା ଯାଏଁ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା।ରାତି ହୋଇଯିବା କାରଣରୁ ପୋଲିସ ଟିମ୍ ଓ ଅଗ୍ନିଶମ କର୍ମଚାରୀ ମାନେ ଫେରିଯାଇଥିଲେ।ମଙ୍ଗଳବାର ସକାଳେ ପୁଣି ଅଗ୍ନିଶମ ବାହିନୀ ପହଞ୍ଚି କିଛି ଗ୍ରାମବାସୀ ଙ୍କ ସହାୟତା ରେ ପୋଖରୀ ସାରା ତଲାସି କରିବାପରେ ଗଭୀର ପଙ୍କ ମଧ୍ୟରୁ ତାଙ୍କ ମୃତଦେହ ମିଳିଥିଲା। ବଳରାମ ଙ୍କ ସ୍ତ୍ରୀ , ଗୋଟିଏ ପୁଅ ଓ ଝିଅ ଅଛନ୍ତି। ନୂଆପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଘଟଣାସ୍ଥଳରେ ପହଞ୍ଚି ଭାଇ କାହ୍ନୁ ପ୍ରଧାନ ଙ୍କ ଏତଲା କ୍ରମେ ଅପମୃତ୍ୟୁ ମାମଲା ନଂ.୫/୨୪ ଅନୁଯାୟୀ ମୃତଦେହ ଜବତ କରି ସନ୍ଧ୍ୟାରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିବା ଜଣାପଡିଛି। ଦିନ ମଜୁରିଆ ବଳରାମ ଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସରପଞ୍ଚ ରଞ୍ଜନ କୁମାର ସାହୁ ଏବଂ ଗ୍ରାମବାସୀ ଦାବୀ କରିଛନ୍ତି।
More Stories
୧୦୬ ଜଣ ଛାତ୍ରଛାତ୍ରୀଙ୍କ ଦଶମ ପରୀକ୍ଷାରେ ସଫଳତା ହାସଲ
A1 Grade First Place in the State of the 10th Class Board Examination
ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀରେ ବୁଦ୍ଧିଜିବୀ ସମ୍ମିଳନୀ