କୁକୁଡ଼ାଖଣ୍ଡି: ଘର ଘର ବୁଲି ରୋଷେଇ କରି ଦିନରେ ଯୋଜନାକରି ରାତିରେ ଚୋରୀ କରୁଥିବା ଏକ ଚୋର ଗ୍ୟାଙ୍ଗକୁ ଚତୁରତାର ସହ ନିମଖଣ୍ଡି ଥାନା ପୁଲିସ୍ ଗିରଫ କରିବାରେ ସଫଳ ହୋଇଛି। ସୂଚନାଥାଉକି, ନିମଖଣ୍ଡି ଥାନା ଅନ୍ତଗତ ଶ୍ରୀକ୍ଷେତ୍ର ବିହାରରେ ଗତ ୨୬ତାରିଖରେ ଅଜିତ କୁମାର ପାଢ଼ୀଙ୍କ ଘରକୁ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିଭିକରି ପୁଲିସ୍ ଏକ ମାମଲା ରୁଜୁକରି ସେହି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚକରି ଘଟଣାରେ ସମ୍ପୃକ୍ତ ଥିବା ତିିନିଜଣକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପାଟପୁର ଅନ୍ତର୍ଗତ ରେଡିିକା ସାହିର ସନ୍ତୋଷ ସାହୁ(୩୦), ଖଲିଙ୍ଗି ଗ୍ରାମର ଦୀପକ ମହାପାତ୍ର ଓରଫ୍ ଦିପୁ (୨୪),ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ସୋମନାଥ ନଗର ଷଷ୍ଠ ଲାଇନ୍ ର ଏସ୍.କେ ସଦମ(୨୨) । ଏହି ୩ ଅଭିଯୁକ୍ତ ସୁନା ଅଳଙ୍କାର ଚୋରୀ କରିବାପରେ ବଡବଜାର ଅଞ୍ଚଳର ସୁନା ବ୍ୟବସାୟୀ ତଥା ଶଙ୍କରପୁର ସାହିର ଏ.ଶ୍ରୀନୁ (46)କୁ ବିକ୍ରି କରିଥିଲେ ।
ଚୋରୀ ସୁନା ଗହଣା କିଣିବା ଅଭିଯୋଗରେ ଶ୍ରୀନୁକୁ ମଧ୍ୟ ପୁଲିସ୍ ଗିରଫକରି ଥାନା କେସ ନମ୍ବର 228/24 ମାମଲା ରୁଜୁକରି କୋର୍ଟଚାଲାଣ କରିଥୀବା ନିମଖଣ୍ଡି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠୀ ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ୍ ୧୬୮ ଗ୍ରାମ ସୁନାଅଳଙ୍କାର, ୨୦୦ ଗ୍ରାମ ରୂପା ଅଳଙ୍କାର, ନଗଦ ୨ଲକ୍ଷ ୨ହଜାର ଟଙ୍କା ସହ ଗୋଟିଏ ମୋଟର ସାଇକେଲ୍ ଜବତ କରିଛି । ଅଭିଯୁକ୍ତମାନଙ୍କ ଠାରୁ ଜବତ ହୋଇଥିବା ସୁନା ଅଳଙ୍କାର ୫ଟି ଘରୁ ଚୋରୀ ହୋଇଥିବା ଗିରଫଙ୍କ ଠାରୁ ପୁଲିସ୍ ଜାଣିବାକୁ ପାଇଛି। ତେବେ ଏହି ଚୋର ମାନଙ୍କ ମଧ୍ୟରେ ଅଭିଯୁକ୍ତ ଦୀପକ ରୋଷେୟା ହୋଇଥିବା ବେଳେ ଦିନ ବେଳେ ଘରକୁ ଘର ବୁଲି ରୋଷେଇ କରିଥାଏ । ଯେଉଁଘରେ ରାତିରେ ତାଲା ପଡିଥୀବ ଏବଂ କେହି ନଥୁବା ଜାଣି ନିଜର ଗ୍ୟାଙ୍ଗକୁ ଡାକି ଚୋରୀ କରିଥାଏ । ଏହି ଚୋରୀ ଗ୍ୟାଙ୍ଗର ଆଉଜଣେ ଅଭିଯୁକ୍ତ ଫେରାର ରହିଛି । ଗିରଫମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନା ରେ ୧୫ରୁ ଊର୍ଦ୍ଧ୍ବ ମାମଲା ରହିଛି। ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକ ତଥ୍ୟ ହାସଲ ପାଇଁ ଆବଶ୍ୟକ ପଡିଲେ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଅତିରିକ୍ତ ଏସ୍ ପି ସୂଚନା ଦେ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଦର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ପରିଡାଙ୍କ ସମେତ ନିମଖଣ୍ଡି ଥାନା ଅଧୀକାରୀ ରେବତୀ ଶବର ପ୍ରମୁଖ ଉପସ୍ଥିତ ଥିଲେ ।
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ