Manthan Odia News Portal

"ଜନ ସାଧାରଣଙ୍କ ସ୍ୱର, 'ମନ୍ଥନ' ନଜର"

ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଲା ମାଁ ଗାଈ, ପେଟରୁ ବାହାରିଲା ମୃତ ବାଛୁରୀ

Spread the love

ବ୍ରହ୍ମପୁର : ସ୍ଥାନୀୟ ଶ୍ରୀରାମ ନଗର ଅନ୍ତର୍ଗତ ଜଗନ୍ନାଥ ବିହାର ୮ମ ଗଳି ନିବାସୀ ଅନିତା ଡାକୁଆଙ୍କ ଏକ ଗାଈ ଗର୍ଭବତୀ ଅବସ୍ଥାରେ ରହି ଯନ୍ତ୍ରଣା ପାଉଥିଲା । କୌଣସି କାରଣ ବଶତଃ ମାଁ ଗାଈର ପେଟ ଭିତରେ ହିଁ ଛୁଆଟି ମରିବା ଆକଳନ କରି ଉକ୍ତ ମହିଳା ଜଣକ ସାମ୍ବାଦିକ ନରସିଂହ ଡାକୁଆଙ୍କ ସହଯୋଗ ଲୋଡିଥିଲେ । ଘଟଣା ସମ୍ପର୍କରେ ଅବଗତ ହୋଇ ସାମ୍ବାଦିକ ନରସିଂହ ତାଙ୍କ ଅନ୍ୟ ଜଣେ ସହଯୋଗୀ ତଥା ସମାଜସେବୀ ଲଲାଟେନ୍ଦୁ ଚୌଧୁରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖବର ପାଇ ଶ୍ରୀ ଚୌଧୁରୀ ତୁରନ୍ତ ପଶୁ ଡାକ୍ତରଙ୍କ ସହ ଯୋଗାଯୋଗ କରି ଗାଈର ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ତେବେ ପ୍ରକାଶ ଥାଉ କି, ପୂର୍ବରୁ ବହୁ ଚେଷ୍ଟା ପରେ ମଧ୍ୟ ମଲା ବାଛୁରୀକୁ ବାହାର କରିବାରେ ବିଫଳ ହୋଇଥିଲେ ପଶୁ ଚିକିତ୍ସାଳୟ କର୍ମଚାରୀ । ପରେ ରବିବାର ବିଳମ୍ବିତ ରାତିରେ ଡାକ୍ତର ସତ୍ୟ ନାରାୟଣ କର ଏବଂ ସୌମିକ ସ୍ବାଇଁ ଘଟଣା ସ୍ଥଳରେ ପହଞ୍ଚିବା ପରେ ଛୁଆଟିର ଗର୍ଭରେ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଲେ । ଉକ୍ତ ଗାଈର ପେଟ ଭିତରେ ବହୁ ଦୁର୍ଗନ୍ଧ ଓ ପୋଚା ହୋଇଥିବା ଦେଖି ଗାଈର ଅସ୍ତ୍ରୋପଚାର କରିବା ପାଇଁ ବାଧ୍ୟ ହୋଇଥିଲେ । ତେବେ ଡାକ୍ତର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ପରେ ଆସନ୍ନ ପ୍ରସବା ଗାଈର ଅସ୍ତ୍ରୋପଚାର କରାଯାଇଥିଲା । ଏଥିରେ କର୍ମଚାରୀ ହରିଶ୍ଚନ୍ଦ୍ର ନାୟକ, ସୁଧାଂଶୁ ବେହେରାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ସାହି ବାସିନ୍ଦା ମାନେ ମଧ୍ୟ ସହଯୋଗ କରିଥିଲେ। ଅସ୍ତ୍ର ପ୍ରଚାର ପରେ ଆସନ୍ନ ପ୍ରସବା ଗାଈର ଜୀବନଟି ବଞ୍ଚିଯିବା ସହ ଗାଈଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି । ଏହି କାର୍ଯ୍ୟ କେବଳ ଡାକ୍ତରଙ୍କ ଯୋଗୁଁ ହିଁ ସମ୍ଭବପର ହୋଇ ପାରିଥିବା ସହ ଡାକ୍ତରଙ୍କ ସମୟୋଚିତ ପଦକ୍ଷେପ ଓ ପଶୁପ୍ରେମୀ ଶ୍ରୀ ଚୌଧୁରୀଙ୍କ ସେବା ମନୋବୃତ୍ତି କାର୍ଯ୍ୟ ସ୍ୱାଗତ ଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

error: Content is protected !!
Breaking News