ନୂଆ ସରକାରରେ ନୂଆ ଓ’କୁ ନେଇ ଦ୍ୱନ୍ଦ୍ୱ । ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ଏହି ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା । ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ଲାଗି ମାସକରେ ୫ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ବାଣ୍ଟିଥିଲେ ୫୨୬ କୋଟି ଟଙ୍କା ।
କିନ୍ତୁ ନୂଆ ସରକାର ଆସିବା ପରେ ଏହି ଯୋଜନାର ଭାଗ୍ୟ କଣ ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ । କାହିଁକି ନା ଚଳିତ ବଜେଟରେ ଏଥିପାଇଁ ହୋଇନି ବ୍ୟୟ ବରାଦ । ମାସକରେ ତତ୍କାଳୀନ ବିଜେଡି ସରକାର ବାଣ୍ଟିଥିଲେ ୫୨୬ କୋଟି ଟଙ୍କା । ଛାତ୍ରଛାତ୍ରୀଙ୍କ ଭୋଟ୍ ହାତେଇବାକୁ ରାତାରାତି ଆଣିଥିଲେ ନୂଆ ଓ’ ଛାତ୍ରବୃତ୍ତି ଯୋଜନା ।
ଜିଲ୍ଲାରୁ ଜିଲ୍ଲା ବୁଲି ଛାତ୍ରଛାତ୍ରୀଙ୍କୁ ବୃତ୍ତି ନାଁରେ ଟଙ୍କା ବାଣ୍ଟିଥିଲେ ପାଣ୍ଡିଆନ । ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ଦର୍ଶାଇଛନ୍ତି, ରାଜ୍ୟରେ ୫ ଲକ୍ଷ ୩୦ ହଜାର ୬୩୫ ଛାତ୍ରଛାତ୍ରୀଙ୍କୁ ୫୨୬ କୋଟି ୪୪ ଲକ୍ଷ ଟଙ୍କା ବଣ୍ଟନ କରିଛନ୍ତି ପୂର୍ବ ସରକାର । ହେଲେ ଏହି ଯୋଜନାର ଭାଗ୍ୟ ଭବିଷ୍ୟତ କଣ?
More Stories
ରେଳବାଇର ସମୟ ସାରଣୀକୁ ନେଇ କେନ୍ଦୁଝରବାସୀ ଅସନ୍ତୁଷ୍ଟ।
12-9-2024
କଣ୍ଟାମାଳ ହାଇସ୍କୁଲରେ ସାପ କାମୁଡା ପ୍ରତି ସାବଧାନ କାର୍ଯ୍ୟକ୍ରମ